କନକ ବ୍ୟୁରୋ : ବଲିଉଡଠୁ ନେଇ ଟଲିଉଡ୍ ପର୍ଯ୍ୟନ୍ତ, ଧିରେ ଧିରେ ଲୋକଙ୍କ ମଧ୍ୟରେ ଆଇଟମ୍ ସଙ୍ଗର କ୍ରେଜ୍ ବଢିବାରେ ଲାଗିଛି । ଏମିତିକି କୌଣସି ଏକ ହିଟ୍ ହେଉ କି ନହେଉ କିନ୍ତୁ ଆଇଟମ୍ ସଙ୍ଗ ଜବରଦସ୍ତ ହିଟ୍ ହୋଇଯାଏ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ ଗୋଟିଏ ଆଇଟମ୍ ସଙ୍ଗ କରିବା ପାଇଁ ଅଭିନେତ୍ରୀ ମାନେ କୋଟି କୋଟି ଟଙ୍କା ଚାର୍ଜ ନେଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀ ଗୋଟିଏ ଆଇଟମ୍ ସଙ୍ଗ ପାଇଁ ସବୁଠୁ ଅଧିକ ଚାର୍ଜ ନେଇଥାନ୍ତି ।

Advertisment

ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛନ୍ତି ସାଉଥ ଅଭିନେତ୍ରୀ ସାମନ୍ଥା ପ୍ରଭୁ । ପୁଷ୍ପା ଫିଲ୍ମରେ ସାମନ୍ଥାଙ୍କ ଜବରଦସ୍ତ ଡାନ୍ସ ସମସ୍ତଙ୍କୁ ମତୁଆଲା କରିଛି । ତେବେ ଏହି ଗୋଟିଏ ଗୀତ ପାଇଁ ସାମନ୍ଥା ନେଇଛନ୍ତି ୫କୋଟି ଟଙ୍କା
ଯଦି ବଲିଉଡ୍ କଥା କହିବା ତେବେ ପ୍ରଥମ ନମ୍ବରରେ ରହିଛନ୍ତି ନୋରା ଫତେହି । ନୋରାଙ୍କ ହିଟ୍ ସଙ୍ଗ ବର୍ତ୍ତମାନ ସମସ୍ତଙ୍କୁ ମତୁଆଲା କରିଛି । ତାଙ୍କର ଫ୍ୟାନ୍ସ ଫଲୋଅର ବଢିବଢି ଚାଲିଛି । ନୋରା ଗୋଟିଏ ଆଇଟମ୍ ସଙ୍ଗ ପାଇଁ ନେଇଥାନ୍ତି ୫୦ ଲକ୍ଷ ଟଙ୍କା ।
ଦେଖୁ ଦେଖୁ ବର୍ତ୍ତମାନ ସନିଲିଓନ୍ ସିନେମା ଜଗତରେ ବଡ ନାଁ କରିସାରିଲେଣି । ସନି ଯେଉଁ ସଙ୍ଗରେ ରହିଥାନ୍ତି ସେହି ଗୀତ ଶହେ ପ୍ରତିଶତ ହିଟ ହେବାର ସୁଯୋଗ ବଢିଯାଇଥାଏ । ସେଥିପାଇଁ ସନି ଗୋଟିଏ ଆଇଟମ୍ ସଙ୍ଗ ପାଇଁ ନେଇଥାନ୍ତି ୩କୋଟି ଟଙ୍କା ।
ସେହିପରି କ୍ୟାଟ୍ରିନା କୈଫ୍ ନେଇଥାନ୍ତି ୫୦ ଲକ୍ଷ ଟଙ୍କା । ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ନେଇଥାନ୍ତି ୩କୋଟି ଟଙ୍କା । ଚିତ୍ରାଗନ୍ଦା ସିଂ ନେଇଥାନ୍ତି ୬୦ ଲକ୍ଷ ଟଙ୍କା । ମଲାଇକା ଅରୋରା ନେଇଥାନ୍ତି ଏକ କୋଟି ଟଙ୍କା