ସ୍ୱିଜରଲ୍ୟାଣ୍ଡର ବ୍ୟାଙ୍କରେ ଅଘୋଷିତ ଖାତା ରଖୁଥିବା ଭାରତୀୟଙ୍କୁ ନେଇ ଦୁଇ ଦେଶର ସରକାର ଏବେ ଅଣ୍ଟା ଭିଡିଛନ୍ତି । ସ୍ୱିଜରଲ୍ୟାଣ୍ଡର ଅଧିକାରୀ ଏହି ମାମଲାରେ ୫୦ ଜଣ ଭାରତୀୟଙ୍କ ବ୍ୟାଙ୍କ ସହ ସଂବନ୍ଧ ରଖିଥିବା ସୂଚନା ଦେଇଛନ୍ତି । ଏହି ଲୋକମାନଙ୍କ ମଧ୍ୟରେ ଅଧିକତର ସଂପତ୍ତି,ଅର୍ଥସେବା, ଦୂରସଚାଂର ,ପେଣ୍ଟ୍ ,ଘରୋଇ ସାଜସଜ୍ଜା,ପୋଷାକ,ଇଞ୍ଜିନିୟରିଙ୍ଗ୍ ସାମଗ୍ରୀ ଏବଂ ଗହଣା କ୍ଷେତ୍ରର ବ୍ୟବସାୟୀ ଏବଂ କମ୍ପାନୀ ସାମିଲ୍ ରହିଛି । ଏଥିରେ କିଛି ଡମି କମ୍ପାନୀ ମଧ୍ୟ ରହିଛନ୍ତି । ଏହି ସୂଚନା ଦୁଇ ଦେଶ ମଧ୍ୟରେ ଆପୋଷ ପ୍ରଶାସନିକ ସହାୟତା ପ୍ରକ୍ରିୟାରେ ସାମିଲ୍ ଅଧିକାରୀ ଦେଇଛନ୍ତି ।
ତେବେ ଗତ କିଛି ସପ୍ତାହ ମଧ୍ୟରେ ଭାରତ ସହ ସଂବନ୍ଧିତ ମାମଲାରେ ସୂଚନା ଆଦାନପ୍ରଦାନର ପ୍ରକ୍ରିୟା ଅଧିକ ତୀବ୍ର ହୋଇଯାଇଛି । ଭାରତରେ କଳାଧନ ମାମଲା ରାଜନୈତିକ ସ୍ତରରେ ଖୁବ୍ ସମ୍ବେଦନଶୀଳ । ତେବେ ମାର୍ଚ୍ଚ ମାସ ସୁଦ୍ଧା ସ୍ୱିଜରଲ୍ୟାଣ୍ଡ ଅଧିକାରୀ ୫୦ ଜଣ ଭାରତୀୟଙ୍କ ଖାତାଧାରଙ୍କୁ ନୋଟିସ୍ ଜାରୀ କରିଛି ।
Follow Us
/kanak/media/post_attachments/wp-content/uploads/2019/06/black-money-300x187.jpg)