କନକ ବ୍ୟୁରୋ :ବଲିଉଡ ଦୁନିଆରୁ ଆସିଲା ଦୁଃଖଦ ଖବର । କାଜୋଲଙ୍କ ସହ ୱେବ୍ ସିରିଜ ‘ଦ ଟ୍ରାଏଲ’ରେ କାମ କରିଥିବା ଅଭିନେତ୍ରୀ ତଥା କତର ଏୟାରୱେଜର ପୂର୍ବ ଏୟାର ହୋଷ୍ଟେସ ନୁର ମାଲାବିକା ଦାସଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଛି । କୁହାଯାଉଛି କି, ଅଭିନେତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ।

Advertisment

ସୂଚନା ମୁତାବକ ପୋଲିସ ଜୁନ ୬ ତାରିଖରେ ନୁର ମାଲାବିକାଙ୍କ ମୃତଦେହ ତାଙ୍କ ବାସଭବନରେ ଏକ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲା । ପୋଲିସ କହିଛି କି, ଏହା ଏକ ଆତ୍ମହତ୍ୟା ମାମଲା । ହେଲେ ସେ କେବେ ଆତ୍ମହତ୍ୟା କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ମାଲାବିକାଙ୍କ ପଡୋଶୀ ମାଲାବିକାଙ୍କ ଘରୁ ଦୁର୍ଗନ୍ଧ ଆସିଲା ତା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଂଚି ମାଲାବିକାଙ୍କ ଶବ ଏକ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲା ।

ସେପଟେ ପୋଲିସ ମାଲାବିକାଙ୍କ ଘର ଲୋକଙ୍କୁ ସଂପର୍କ କରିଥିଲେ ବି ତାଙ୍କ ପରିବାରର କେହି ଶବ ନେବାକୁ ଆସି ନଥିଲେ । ମାଲାବିକା ୩୨ ବର୍ଷ ବୟସର ଥିଲେ ଓ ତାଙ୍କର ପୈତୃକ ଘର ଆସାମର । ସେ ଅନେକ ହିନ୍ଦି ସିନେମା ଓ ୱେବ୍ ସିରିଜରେ କାମ କରିଛନ୍ତି । ଏହି ସିନେମା ମଧ୍ୟରେ ସିସାକିୟାଁ, ତିଖୀ ଚଟନୀ, ଜଘନ୍ୟ ଉପାୟ, ଚରମସୁଖ ଭଳି ସିନେମା ଓ କିଛି ୱେବ୍ ସିରିଜରେ କାମକରି ଲୋକଲୋଚନକୁ ଆସିଥିଲେ ।