ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀଙ୍କୁ ହୋଇନାହିଁ କରୋନା, କିଟ୍ ଖରାପ ଥିବାରୁ ରିପୋର୍ଟ ଆସିଥିଲା ପଜିଟିଭ୍ ।

504

କନକ ବ୍ୟୁରୋ : ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀଙ୍କୁ ହୋଇନାହିଁ କରୋନା । କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଏହାପୂର୍ବରୁ ବୁର୍ଲା ଭିସୁଟର ୨୫ ଜଣ ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଯାହାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ୍ କରାଯିବା ସହ ଆଖପାଖ ଅଞ୍ଚଳକୁ ବନ୍ଦ ରଖାଯାଇଥିଲା । ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଥିଲେ ଭିସୁଟ୍ କର୍ତ୍ତୃପକ୍ଷ । କିନ୍ତୁ ଆରଟି-ପିସିଆର ଟେଷ୍ଟ ପରେ କୌଣସି ଛାତ୍ରଛାତ୍ରୀ କରୋନା ପଜିଟିଭ୍ ନଥିବା ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।