ସଂଧ୍ୟା ୬ଟା ପୂର୍ବରୁ ନିର୍ବାଚନ ମଣ୍ଡଳୀ ଛାଡନ୍ତୁ ଅଣଭୋଟର । ବାଲେଶ୍ୱର-ତିର୍ତୋଲ ଉପନିର୍ବାଚନ ନେଇ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

340

କନକ ବ୍ୟୁରୋ : ସଂଧ୍ୟା ୬ଟା ପୂର୍ବରୁ ନିର୍ବାଚନ ମଣ୍ଡଳୀ ଛାଡନ୍ତୁ ଅଣ ଭୋଟର । ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ନେଇ ସାମ୍ବାଦିକ ସମ୍ମିଳନୀ କରି ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାସହ ନଭେମ୍ବର ୩ରେ ଭୋଟ ପଡିବାକୁ ଥିବା ବେଳେ କରୋନା କଟକଣା ଭିତରେ ଭୋଟ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁୁସିଲ କୁମାର ଲୋହାନୀ କହିଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ କରି ଆହୁରି ମଧ୍ୟ କହିଛନ୍ତି କି, କୋଭିଡ ନିୟମ ସହ ପ୍ରଚାର ପାଇଁ ବ୍ୟବସ୍ଥା କରାଯାଇଥିଲା । ନିୟମ ଉଲ୍ଲଘଂନ ନେଇ ୫୨ଟି ମାମଲା ରୁଜୁ ହୋଇଛି । ୧୧,୨୦୫ ଲିଟର ମଦ ଜବତ ହୋଇଛି ।

ପ୍ରଚାର ପାଇଁ ହାତରେ ଆଉ ମାତ୍ର ଘଂଟାଏ ସମୟ । ଆଜି ସରିବ ବାଲେଶ୍ୱର ଓ ତିର୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର । ସେଥିପାଇଁ ଶେଷ ମୁହୁର୍ତରେ ଭୋଟର୍ଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳର ଉଦ୍ୟମ ଜାରି ରଖିଛନ୍ତି । ସନ୍ଧ୍ୟା ଆଜି ଶେଷ ଦିନରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ମାଗୁଛନ୍ତି ନେତା । ବିଜେଡି ପକ୍ଷରୁ ପ୍ରଚାର କରୁଛନ୍ତି ନେତା ଓ ଅଭିନେତା । ସବୁ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି ।
ବାଲେଶ୍ୱରରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ଉପସ୍ଥିତି ମାହୋଲକୁ ଅଧିକ ଗରମ କରିଛି । ଆଉ ଗୋଟିଏ ଦିନ ପରେ ଭୋଟ ହେଉଥିବାରୁ ପୋଲିଂ ବୁଥଗୁଡିକୁ ପୋଲିଂ ପାର୍ଟି ପଠାଇବା କାମ ଚାଲିଛି । କରୋନା କଟକଣା ମଧ୍ୟରେ ରାଜ୍ୟରେ ରାଜ୍ୟରେ ପ୍ରଥମ ନିର୍ବାଚନ ହେଉଛି ।