କରତାରପୁର ଗୁରୁଦ୍ୱାର ପରିସରରେ ନନ-ଭେଜ ପାର୍ଟି, ପାକିସ୍ତାନର ଏପରି ଶିଖଧର୍ମ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଶିଖ ସମ୍ପ୍ରଦାୟରେ କ୍ରୋଧ
ପାକିସ୍ତାନର ଶିଖମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନ କରତାରପୁର ଦରବାର ସାହିବ ଗୁରୁଦ୍ୱାରରେ ନନ-ଭେଜ ପାର୍ଟିର ଏକ ମାମଲା ସାମ୍ନାକୁ ଆସିଛି । ଏହି ପାର୍ଟିରେ ବହୁତ ନାଚଗୀତର ଆସର ସହିତ ମାଂସ ପୋଡିକି ଖାଉଥିବାର ଦେଖିବାକୁ ମିଳିଥିଲା । ଏହି ପାର୍ଟିର ଭିଡିଓ ଆସିବା ପରେ ଶିଖ ସମ୍ପ୍ରଦାୟରେ ବହୁତ ଅସନ୍ତୋଷ ପ୍ରକାଶ ପାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ପାକିସ୍ଥାନରେ ଅଳ୍ପସଂଖ୍ୟକମାନଙ୍କ ଧାର୍ମିକ ଭାବନା ସହିତ ଖେଳିବାର ଘଟଣା କିଛି ନୂଆ ନୁହେଁ । ଏବେ ଏମିତି ଏକ ଘଟଣା ସାମନାକୁ ଆସିଛି । ଏହା ଶିଖ ସମ୍ପ୍ରଦାଯର ଧାର୍ମିକ ଭାବନକୁ ବହୁତ ଆଘାତ ଦେଇଛି । ଶିଖ ସମ୍ପ୍ରଦାୟର ଲୋକମାନେ ଏବେ ପାକିସ୍ତାନ ସରକାରଙ୍କ ପାଖରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।
ଧାର୍ମିକ ଭାବନାକୁ ଉତ୍ତେଜିତ କରିବାର ଏହି ମାମଲା ପାକିସ୍ତାନରେ ଅବସ୍ଥିତ ଶିଖମାନଙ୍କର ପବିତ୍ର ସ୍ଥାନ କରତାରପୁର ସାହିବ ଗୁରୁଦ୍ୱାର ସହିତ ଜଡିତ । ବାସ୍ତବରେ, ଦୁଇ ଦିନ ପୂର୍ବେ ଶନିବାର ଶିଖମାନଙ୍କ ପବିତ୍ର କରତାରପୁର ଗୁରୁଦ୍ୱାର (ଦରବାର ସାହେବ) ପରିସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଯେଉଁଥିରେ ପାକିସ୍ତାନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ପାର୍ଟିରେ ପୋଡା ମାଂସ ପରଷା ଯାଇଥିଲା । ବିଜେପି ନେତା ମନଜିନ୍ଦର ସିଂ ସିର୍ସା କହିଛନ୍ତି ଯେ ଏହି ପାର୍ଟିରେ ମଦ ମଧ୍ୟ ପରିବେଷଣ କରାଯାଇଥିଲା ।
I strongly condemn the sacrilegious incident involving alcohol and meat consumption within the sacred premises of Gurudwara Sri Kartarpur Sahib. It's particularly disheartening that the Kartarpur Gurdwara committee administration was involved in this.
Urgently calling… pic.twitter.com/BK5WGr7wdH
— Manjinder Singh Sirsa (@mssirsa) November 19, 2023
ଗୁରୁଦ୍ୱାର ଦରବାର ସାହିବଙ୍କ ଦର୍ଶନ ଦେଓରୀ (ମୁଖ୍ୟ ଫାଟକ) ଠାରୁ ମାତ୍ର ୨୦ ଫୁଟ ଦୂରରେ ଆୟୋଜିତ ଏହି ପାର୍ଟିରେ ନାଚଗୀତର ଧୂମ ଆସର ଜମିଥିଲା । ତିନି ଘଣ୍ଟା ଧରି ଚାଲିଥିବା ଏହି ପାର୍ଟି ରାତି ୮ ଟାରୁ ଆରମ୍ଭ ହୋଇ ରାତି ୧୧ ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ପ୍ରାୟ ୮୦ ଜଣ ଲୋକ ସାମିଲ ହେଇଥିଲେ । କୁହାଯାଉଛି ଯେ ଏହି ପାର୍ଟିକୁ କରତାରପୁର କରିଡର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ (ପିଏମୟୁ) ର ସିଇଓ ସୟଦ ଅବୁ ବକର କୁରେଶି ଆୟୋଜନ କରିଛନ୍ତି। ଏହି ପାର୍ଟିରେ ନରୋୱାଲ ଜିଲ୍ଲାର ଡେପୁଟି କମିଶନର ମହମ୍ମଦ ଶାହାରୁଖ ଏବଂ ପୋଲିସ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।