ପବିତ୍ର କର୍‌ତାର୍‌ପୁର ଗୁରୁଦ୍ୱାରା ପରିସରରେ ମଦ ,ମାଂସର ଆସର । ପାକିସ୍ତାନର ଏଭଳି କାର୍ଯ୍ୟ ବିରୋଧରେ ତାତିଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ।

Advertisment
ପବିତ୍ର କର୍‌ତାର୍‌ପୁର ଗୁରୁଦ୍ୱାରା ପରିସରରେ ମଦ ,ମାଂସର ଆସର । ପାକିସ୍ତାନର ଏଭଳି କାର୍ଯ୍ୟ ବିରୋଧରେ ତାତିଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ।

କନକ ବ୍ୟୁରୋ: ପାକିସ୍ତାନ ଅଧିକୃତ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ନରୋୱାଲସ୍ଥିତ କର୍‌ତାର୍‌ପୁର ଦରବାର ଗୁରୁଦ୍ୱାରା ପରିସରରେ ‘ଡ୍ୟାନ୍ସ ପାର୍ଟି’ ଆୟୋଜନ କରି ସେଥିରେ ମଦ ଓ ମାଂସ ପରିବେଶଷଣ କରାଯାଇଥିବା ଘଟଣାକୁ ନେଇ ଏବେ ସଂଖ୍ୟାଲଘୁଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ପାକିସ୍ତାନର ଯେଉଁ ଅଧିକାରୀମାନେ ଏଭଳି କାମ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଶିଖ୍ ସମ୍ପ୍ରଦାୟ ଦାବି କରିଛି । ଏହାକୁ ବିଜେପି ନେତା ମନ୍‌ଜିନ୍ଦର୍‌ ସିଂହ ମଧ୍ୟ ବିରୋଧ କରିଛନ୍ତି ।

ଗୁରୁଦ୍ୱାରାରେ ଆୟୋଜିତ ‘ଡ୍ୟାନ୍ସ ପାର୍ଟି’ର ଭିଡିଓ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏଭଳି ‘ଡ୍ୟାନ୍‌ସ୍‌ ପାର୍ଟି’ ଆୟୋଜନ କରି କର୍‌ତାର୍‌ପୁର ଗୁରୁଦ୍ୱାରା ପ୍ରଶାସନ ଶିଖ୍‌ ଭାବାବେଗକୁ ଅସମ୍ମାନିତ କରିଥିବା କଥା ସିରସା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପାର୍ଟିରେ ଯୋଗ ଦେଇଥିବା କେତେଜଣ ବ୍ୟକ୍ତି ମାଂସ ଖାଇବା ସହିତ ମଦ୍ୟପାନ କରିଛନ୍ତି । ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସୂଚନା ମୁତାବକ, ନଭେମ୍ବର ୧୮ ତାରିଖ ରାତି ୮ଟା ବେଳେ କର୍‌ତାର୍‌ପୁର କରିଡର୍‌ ‘ପିଏମୟୁ’ର ‘ସିଇଓ’ ସୟେଦ୍‌ ଆବୁ ବାକର୍‌ କ୍ୟୁରେଶି ଏହି ‘ଡ୍ୟାନ୍ସ ପାର୍ଟି’ ଆୟୋଜନ କରିଥିଲେ। ୩ ଘଣ୍ଟା ଧରି ଚାଲିଥିବା ଏହି ପାର୍ଟି ଶ୍ରୀ ଦରବାର ସାହିବ୍‌ଙ୍କ ଦର୍ଶନୀ ଦେଓରିଠାରୁ ମାତ୍ର ୨୦ ଫୁଟ୍‌ ଦୂରରେ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ସମ୍ପ୍ରଦାୟର ୮୦ରୁ ଅଧିକ ଲୋକ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe