ରଥ ଉପରୁ ଅଣସେବାୟତଙ୍କୁ ବାହାର କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସୁଭଦ୍ରାଙ୍କ ରଥରେ ଚଢିଥିଲେ ୨ ଅନଧିକୃତ ସେବାୟତ ।

Advertisment
ରଥ ଉପରୁ ଅଣସେବାୟତଙ୍କୁ ବାହାର କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସୁଭଦ୍ରାଙ୍କ ରଥରେ ଚଢିଥିଲେ ୨ ଅନଧିକୃତ ସେବାୟତ ।

କନକ ବ୍ୟୁରୋ: ପୁଣି ରଥରେ ଚଢିଲେ ଅଣସେବାୟତ । ଦେବୀ ସୁଭଦ୍ରାଙ୍କ ରଥରେ ଦୁଇ ଅଣ ସେବାୟତ ଚଢିଲେ । ସେବାୟତ ବେଶରେ ଦୁଇ ଜଣ ବ୍ୟକ୍ତି ଚଢିଥିବା ଅଭିଯୋଗ । ପହଣ୍ଡି ପୂର୍ବରୁ ଦୁହେଁ ରଥରେ ଚଢିଥିଲେ । ମାତ୍ର ଦୁହିଁଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥରୁ ଓହ୍ଲାଇ ଦେଇଛନ୍ତି । ହାତ ଧରି ରଥରୁ ଟାଣି ନେଇଛନ୍ତି ଅରବିନ୍ଦ ପାଢୀ ।

ତେବେ ନିଜେ ମୁଖ୍ୟ ପ୍ରଶାସକ ସେମାନଙ୍କୁ ଚିହ୍ନଟ କରି ରଥରୁ ଓହ୍ଲାଇବା ସହିତ କର୍ଡନ ବାହାରକୁ ପଠାଇଲେ । ଅନଧିକୃତ ସେବାୟତ ରଥରେ ଚଢିଲେ ତାଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ରଥରେ ଅସସେବାୟତ ଚଢିବା ନେଇ ବହୁ ସମୟରେ ବିବାଦ ସୃଷ୍ଟି ହେଉଥିବା ବେଳେ ରଥଯାତ୍ରା ପହଣ୍ଡି ସମୟରେ ବଳଭଦ୍ର ତଳେ ପଡିଯାଇଥିଲେ । ଯାହାକୁ ନେଇ ଚାରିଆଡେ ସମାଲୋଚନା ହୋଇଥିଲା । ଆଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକର ଦାୟିତ୍ୱ ଅରବିନ୍ଦ ପାଢୀ ନେବା ପରେ ନୂଆ ଗାଇଡ ଲାଇନ ଆଣିଥିଲେ । ରଥରେ କୌଣସି ଅଣ ସେବାୟତ ଚଢି ଗହଳି ନକରିବାକୁ କଡା ନିର୍ଦ୍ଦେଶ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe