ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

47

କନକ ବ୍ୟୁରୋ : ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ବଲାଙ୍ଗିର ଜିଲ୍ଳା ଦେଓଗାଁ ବ୍ଲକର ଜେଇ ଗିରିଶ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ । ବଲାଙ୍ଗିର ରାଜେନ୍ଦ୍ର କଲେଜ ନିକଟ ଲେକଚର୍ସ କଲୋନୀ ସ୍ଥିତ ଘରେ ରେଡ଼ କରିଛି ଭିଜିଲାନ୍ସ । ଡ଼ିଏସପି ଦାଶରଥୀ ସେଠୀ, କାଦମ୍ବିନୀ ସାମଲ, ଇନସ୍ପେକ୍ଟର ସଦାନନ୍ଦ ପାଣି, ତୁଷାର ମହାପାତ୍ର, ବିଷ୍ଣୁ ପ୍ରସାଦ ଜାଲ ଓ ଅନ୍ୟ ଅଧିକାରୀ ମାନେ ଏହି ଚଢଉରେ ସାମିଲ ହୋଇଛନ୍ତି ।ଏକା ସାଙ୍ଗରେ ଯନ୍ତ୍ରୀ ରହୁଥିବା ଭଡା ଘର, ଦେଓଗାଁ ବ୍ଲକର ସରକାରୀ କାର୍ଯ୍ୟାଳୟ, ପୈତୃକ ଗ୍ରାମରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ଏହି ଚଢ଼ାଉରେ ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁରର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି ।