କନକ ବ୍ୟୁରୋ : ଥମିବାରେ ନା ନେଉ ନାହିଁ କଂଗ୍ରେସ ରାଜନୀତି । ସାଧାରଣ ନିର୍ବାଚନରେ ଦଳ ଅତ୍ୟନ୍ତ ନୈରାଶ୍ୟଜନକ ଫଳ ପ୍ରଦର୍ଶନ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ ଏହାରି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ ନାହିଁ ବୋଲି ରାହୁଲ ଗାନ୍ଧୀ କହିସାରିଛନ୍ତି । ଏପରିକି ଦଳୀୟ ବୈଠକରେ ରାହୁଲ ଅଧ୍ୟକ୍ଷତା କରିବେ ନାହିଁ ସଫା ସଫା କହିବା ପରେ ତାଙ୍କ ବଦଳରେ ଏ.କେ ଆଣ୍ଟୋନି ସଭାରେ ଅଧ୍ୟକ୍ଷତା କରିବେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଥିଲା । ତେବେ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Advertisment

publive-image source : google

ଏପରିକି ଏହି ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ବୟାନ । ସେ କହିଛନ୍ତି ଯେ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ଇସ୍ତଫା ଜିଦରେ ଅଟଳ ରହିଥିବାରୁ ଗାନ୍ଧୀ ପରିବାର ବାହାରୁ କୌଣସି ନେତା ଦଳ ସଭାପତି ହେବା ନିଶ୍ଚିତ ବୋଲି ବରିଷ୍ଠ ନେତା ମଣିଶଙ୍କର ଆୟର କହିଛନ୍ତି। ତେବେ ଗାନ୍ଧୀ ପରିବାର ସଂଗଠନ ଭିତରେ ସକ୍ରିୟ ନ ରହିଲେ ଦଳ ଦୁର୍ବଳ ହୋଇଯିବ ବୋଲି ଆୟର କହିଛନ୍ତି।

publive-image source : google

ବିଜେପି ଗାନ୍ଧୀ ମୁକ୍ତ କଂଗ୍ରେସ ଚାହୁଛି ଏବଂ ଗାନ୍ଧୀ ପରିବାରରୁ କେହି କଂଗ୍ରେସ ସଭାପତି ନ ରହିଲେ ବିଜେପିର କଂଗ୍ରେସ ମୁକ୍ତ ଭାରତ ଅଭିଯାନ ବ୍ୟାପକ ହେବ ବୋଲି ଆୟର କହିଛନ୍ତି। ରାହୁଲ ଗାନ୍ଧୀ ହିଁ ଦଳର ସଭାପତି ପଦରେ ରହିଥିଲେ ଦଳ ପାଇଁ ଉଚିତ ହୋଇଥାନ୍ତା। କିନ୍ତୁ ତାଙ୍କର ଇଛାକୁ ସମ୍ମାନ ଦେଇ ଦଳ ଗାନ୍ଧୀ ପରିବାର ବାହାରୁ ଏବେ ନୂଆ ସଭାପତି ଚୟନ କରିବ ବୋଲି ସେ କହିଛନ୍ତି।