କନକ ବ୍ୟୁରୋ: ଏବେ କମିବନି ତୈଳ ଦର । ଦେଶବାସୀଙ୍କୁ ଆହୁରି ସହିବାକୁ ପଡିବ ତୈଳ ଦର ପ୍ରହାର । କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କହିବା ମୁତାବକ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କରେ କେନ୍ଦ୍ରସରକାର କୌଣସି ମୁଲ୍ୟ ହ୍ରାସ କରିବେ ନାହିଁ । ଯାହାଦ୍ୱାରା ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଉପରେ କୌଣସି ମୂଲ୍ୟ ହ୍ରାସ କରାଯାଇ ନ ପାରେ ବୋଲି ଏକ ପ୍ରକାର ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଆମ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ନୂଆ ନୂଆ ରେକର୍ଡ ଉଚ୍ଚତାରେ ପହଞ୍ଚିବାରେ ଲାଗିଛି । ଗୋଟିଏ ପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଓ ସେପଟେ ଅଶୋଧିତ ତେଲ ଦର ବଢିବା ଫଳରେ ଦେଶରେ ତେଲ ଦର ବଢିଚାଲିଛି । ସରକାରଙ୍କ ତେଲ ଆମଦାନୀ ଖର୍ଚ୍ଚ ବଢିବା ଯୋଗୁଁ ଚଳନ୍ତି ଖାତା ନିଅଣ୍ଟ ବଢିବାର ଆଶଙ୍କା ଦେଖାଦେଇଛି । କିନ୍ତୁ ତେଲ ଉପରୁ ସରକାର ଉତ୍ପାଦ ଶୁଳ୍କ କମାଇବାକୁ ମନା କରିଦେଇଛନ୍ତି ।
ଗତ ଅଗଷ୍ଟ ୧୬ ତାରିଖରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାମୂଲ୍ୟ ହ୍ରାସ ପାଇ ୭୧ ତଳକୁ ଖସିଯ଼ିବା ଫଳରେ ଭାରତର ତେଲ ଆମଦାନୀ ବ୍ୟୟ ବଢିଚାଲିଛିା ତେଲଦର ବୃଦ୍ଧି ଯ଼ୋଗୁଁ ଦେଶରେ ଜନ ଅସନ୍ତୋଷ ବଢିଚାଲିଥିବା ସତ୍ତ୍ବେ ସରକାର ତେଲ ଉପରୁ ଆଦାୟ କରୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ମନା କରିଦେଇଛନ୍ତିା ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାରଙ୍କ ରାଜସ୍ବ କମିବା ଆଶଙ୍କା ରହିଛି, ଏହା ଫଳରେ ରାଜସ୍ବ ନିଅଣ୍ଟ ବଢିବାର ସମ୍ଭାବନା ରହିଛିା ଏହି କାରଣରୁ ସରକାର ଶୁଳ୍କ ହ୍ରାସ ପାଇଁ ରାଜି ହେଉନାହାନ୍ତିା ଏଣୁ ଆଗାମୀ କିଛି ଦିନ ପର୍ୟ଼୍ୟନ୍ତ ଦେଶରେ ତେଲ ଶସ୍ତା ହେବାର ସମ୍ଭାବନା ନାହିଁ
ଆଜି ମଧ୍ୟ ରାଷ୍ଟ୍ରାୟତ ତେଲ କମ୍ପାନିମାନେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ନବରଙ୍ଗପୁର ଓ ଜୟପୁରରେ ୮୨ ଟଙ୍କା ଟପିଛି ପେଟ୍ରୋଲ ଦର । ଲଗାତର କିଛି ଦିନ ହେଲା ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଗତକାଲି ତୁଳନାରେ ଆଜି ପୁଣି ତୈଳ ଦର ବୃଦ୍ଧି ହୋଇଛି । ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୯ ପଇସା ହୋଇଥିବାବେଳେ ଡିଜେଲ ଲିଟର ପିଛା ଦର ରହିଛି ୮୦ ଟଙ୍କା ୫୭ ପଇସା । ସେହିପରି ଜୟପୁରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୨ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୮୦ ଟଙ୍କା ୫୦ ପଇସା ହୋଇଛି । ସେପଟେ ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ୭୯ ଟଙ୍କା ୭୯ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୭୮ ଟଙ୍କା ୨୬ ପଇସା ହୋଇଛି । ଏପଟେ କଟକରେ ପେଟ୍ରୋଲ ଲିଟର ପିଛା ୭୯ ଟଙ୍କା ୭ ପଇସା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୭୭ ଟଙ୍କା ୫୪ ପଇସା ହୋଇଛି । ତେବେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୮ ଟଙ୍କା ୮୫ ପଇସା ରହିଥିବା ବେଳେ ଡିଜେଲ ଦର ରହିଛି ୭୭ ଟଙ୍କା ୩୩ ପଇସା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Tela-Dara.jpg)