ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ।  ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ବି ହେଉନଥିଲେ ହାଜର ।  

2,165

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲୁ ଜାରି ହୋଇଛି ।  ସିବିଆଇ କୋର୍ଟର ବାରମ୍ବାର ନୋଟିସ ପରେ ହାଜର ନ ହେବାରୁ  ସିବିଆଇ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି ।  ବାରମ୍ବାର କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଶ୍ରଦ୍ଧାଞ୍ଜଳି ହାଜର ହେଉନଥିଲେ । କୋର୍ଟରେ ହାଜର ହେବା ପାଇଁ ଆଜି ଥିଲା ଶେଷ ତାରିଖ । ଆଜି ମଧ୍ୟ ହାଜର ନ ହେବାରୁ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି । ଆସନ୍ତା ୩ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ।