କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୨୬ ତାରିଖରେ ଯେମିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ସମସ୍ତଙ୍କ ଟିଭିରେ ‘ନମୋ ଟିଭି’ ଚ୍ୟାନେଲର ଆବିର୍ଭାବ ଘଟିଥିଲା, ଠିକ୍ ସେମିତି ଢ଼ଙ୍ଗରେ ଗତକାଲି ଏକଜିଟ ପୋଲରେ ‘ନମୋ’ (ନରେନ୍ଦ୍ର ମୋଦି) ଆଉ ଥରେ ପ୍ରଧାନମନ୍ତ୍ରୀ ଗାଦି ଅକ୍ତିଆର କରୁଛନ୍ତି ବୋଲି ଏକପ୍ରକାର ନିଶ୍ଚିତ ହୋଇଯିବା ପରେ ପରେ ‘ନମୋ ଟିଭି’ ଚ୍ୟାନେଲ ସମସ୍ତଙ୍କ ଟିଭିରୁ ବିଦାୟ ନେଇଛି। ତେବେ, କାହିଁକି ଓ କିପରି ‘ନମୋ ଟିଭି’ ଚ୍ୟାନେଲ ଅଘୋଷିତ ଭାବେ ଏପରି ନିରବତାର ସହ ଟିଭି ପରଦାରୁ ଅନ୍ତର୍ଧ୍ୟାନ ହୋଇଗଲା, ତାହାର ଉତ୍ତର କିନ୍ତୁ କାହାରି ପାଖରେ ନାହିଁ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ କମିଶନ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଘଣ୍ଟି ବଜାଇ ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ କରିଦେବା ଦେବା ପରେପରେ ହଠାତ୍ ମାର୍ଚ୍ଚ ୨୬ ତାରିଖରେ ବିନା କୌଣସି ପ୍ରାକ୍ ସୂଚନାରେ ରାତିଅଧିଆ ଟିଭି ପରଦାରେ ଆବିର୍ଭାବ ଘଟିଥିଲା ‘ନମୋ ଟିଭି’ ଚ୍ୟାନେଲର। ଏହି ଚ୍ୟାନେଲ ‘ନମୋ’ (ନରେନ୍ଦ୍ର ମୋଦି)ଙ୍କର ସାକ୍ଷାତକାର ଠାରୁ ଆରମ୍ଭ କରି ସବୁ ନିର୍ବାଚନୀ ରାଲିର ସିଧା ପ୍ରସାରଣ କରିବା ସହ ‘ନମୋ’ ଓ ତାଙ୍କ ଦଳ ବିଜେପି (ଭାରତୀୟ ଜନତା ପାର୍ଟି)ର ନିର୍ବାଚନୀ ପ୍ରଚାରରେ ଲାଗି ପଡ଼ିଥିଲା। ଏଥିସହ ‘ନମୋ ଟିଭି’ ଚ୍ୟାନେଲଟି ଦେୟମୁକ୍ତ ଥିବାରୁ ଡିଟିଏଚ୍ ସେବା ପ୍ରଦାନ କରୁଥିବା ଟାଟା ସ୍କାଇ, ଭିଡିଓକୋନ୍, ଡିସଟିଭି, ଏୟାରଟେଲ ପ୍ରାୟ ସମସ୍ତେ ଦର୍ଶକମାନଙ୍କୁ ସେମାନଙ୍କ ପ୍ଲାଟଫର୍ମ ଜରିଆରେ ଏହାକୁ ଉପଲବ୍ଧ କରାଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/namo-tv-1.jpg)