ଆସନ୍ତାକାଲିଠୁ ରାଜ୍ୟସଭାର ତିନି ଆସନ ପାଇଁ ନାମାଙ୍କନ : ମହିଳାଙ୍କୁ ଅଗ୍ରାଧିକାର ଦେବାପାଇଁ ବିଜେଡିର ବରିଷ୍ଠ ନେତ୍ରୀ ଉଷାଦେବୀଙ୍କ ଦାବି

126

କନକ ବ୍ୟୁରୋ : ଆସନ୍ତାକାଲଠାରୁ ଆରମ୍ଭ ହେଉଛି ରାଜ୍ୟସଭା ନାମାଙ୍କନ । ୩ ଆସନ ପାଇଁ ନାମାଙ୍କନ ହେବ । ତିନିରୁ ତିନିଟି ଆସନ ବିଜେଡି ଖାତାକୁ ଯାଉଥିଲେ ମଧ୍ୟ ବିଜେଡି ସୁପ୍ରିମୋ ରାଜ୍ୟସଭାକୁ କାହାକୁ ପଠାଇବେ ତା ଉପରେ ନଜର ରହିଛି ।

ଦଳର ଉପସଭାନେତ୍ରୀ ଉଷା ଦେବୀ କହିଛନ୍ତି, ରାଜ୍ୟସଭା ପାଇଁ ମହିଳାଙ୍କୁ ଅଧିକ ଗୁରୁତ୍ୱ ମିଳିବ । ପଞ୍ଚାୟତ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ୱ ମିଳିଥିଲା । ଅନେକ ସ୍ଥାନରେ ଦଳ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ଏପରିକି ଅଧିକାଂଶ ପଞ୍ଚାୟତ ସମିତି ଓ ପୌରପାଳିକାର ଅଧ୍ୟକ୍ଷ ଦାୟିତ୍ୱ ମହିଳାଙ୍କ ହାତକୁ ଦେଇଥିଲେ ନବୀନ ।

ତେଣୁ ରାଜ୍ୟସଭାକୁ ଜଣେ ନୁହେଁ ୩ ଆସନରେ ୩ ମହିଳାଙ୍କୁ ଯଦି ମୁଖ୍ୟମନ୍ତ୍ରୀ ପଠାନ୍ତି ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆମେ ମଧ୍ୟ ଚାହୁଁଛୁ ନବୀନ ମହିଳାଙ୍କ ନାଁରେ ମୋହର ମାରନ୍ତୁ । ଏସବୁ ଭିତରେ ନବୀନ କାହାକୁ ବାଛିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।