ପିପିଲି ଉପନିର୍ବାଚନ ପାଇଁ କାଲିଠୁ ନାମାଙ୍କନ ପତ୍ର ଦାଖଲ । ପ୍ରାର୍ଥୀ ଘୋଷଣା ହୋଇନଥିଲେ ବି ୩ ପ୍ରମୁଖ ଦଳର ଜୋରଦାର ପ୍ରସ୍ତୁତି । ବିଜେଡି କହିଲା, ବହୁ ବ୍ୟବଧାନରେ ଜିତିବୁ ପିପିଲି

84

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ । ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡାନ୍ତ କରିନଥିଲେ ବି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଗତଥର ଅପେକ୍ଷା ଏଥକ ବ୍ୟବଧାନରେ ପିପିଲି ଜିତିବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ । ସେପଟେ ଗତଥରର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପୁଣିଥରେ ପିପିଲିରେ ପ୍ରାର୍ଥୀ କରିବାକୁ ଆପାତତଃ ସ୍ଥିର କରିଛି ବିଜେପି ।

କେବଳ ବିଜେପି ସଂସଦୀୟ ବୋର୍ଡର ସ୍ୱୀକୃତିକୁ ଅପେକ୍ଷା କରାଯାଇଛି । ସେହିପରି କଂଗ୍ରେସ କହିଛି ଦଳରେ ପ୍ରାୟ ୫ ଜଣ ସମ୍ଭାବ୍ୟ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କୁ ଭିତରୁ ଯାହାକୁ ପ୍ରାର୍ଥୀ କରାଯିବ, ତାଙ୍କ ପାଇଁ ଦଳ ଜୋରାଦାର ପ୍ରଚାର କରିବ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।