କନକ ବ୍ୟୁରୋ : ପୌର ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ହେବ । ଏହି ପ୍ରକ୍ରିୟା ୭ ତାରିଖ ଯାଏଁ ଚାଲିବ । । ୯ ତାରିଖରେ ନାମାଙ୍କନ ପତ୍ର ଯାଂଚ ହେବ । ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଭୋଟ୍ ହେବ । ଏହିଦିନ ୩ ମହାନଗର କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଓ ୧୦୬ ପୌରପରିଷଦ ପାଇଁ ହେବ ଭୋଟ୍ । ମାର୍ଚ୍ଚ ୨୬ରେ ଭୋଟ ଗଣତି କରାଯିବ । ଏପ୍ରିଲ ୭ତାରିଖରେ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ।

Advertisment

ଅପ୍ରେଲ ୮ରେ ଡେପୁଟୀ ମେୟର ନିର୍ବାଚନ ହେବ । ପୌରନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ରାଜ୍ୟର ୩ ପ୍ରମୁଖ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଖୁବଶୀଘ୍ର ଏଥିପାଇଁ ପ୍ରାର୍ଥୀତାଲିକା ଘୋଷଣା ହେବ । ୧୦୬ଟି ପୌରପରିଷଦର ମୋଟ ୧୭୩୧ ୱାର୍ଡର ୩ହଜାର ୩୦ଟି ବୁଥରେ ନିର୍ବାଚନ ହେବ । ମୋଟ ୨୭ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ । ସେହିଭଳି ୩ଟି ମହାନଗର ନିଗମରେ ୧୬୮ଟି ୱାର୍ଡରେ ୧୪୦୭ଟି ବୁଥରେ ନିର୍ବାଚନ ହେବ । ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।