କନକ ବ୍ୟୁରୋ: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ପ୍ରାର୍ଥୀମାନେ ମେ’ ୩ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଭରିପାରିବେ । ତେବେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ମେ’ ୬ ତାରିଖ ଧାର୍ଯ୍ୟ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମେ’ ୨୦ ତାରିଖରେ ହେବ । ଏଥିରେ ୫ ଲୋକସଭା ଆସନ ଯଥା ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ମତଦାନ ହେବ । ସେହିପରି ୩୫ ବିଧାନସଭା ଆସନ ପାଇଁ ମଧ୍ୟ ପଡ଼ିବ ଭୋଟ୍ । ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ମେ’ ୧୩ ତାରିଖରେ ୨୮ଟି ବିଧାନସଭା ଏବଂ ୪ ଟି ଲୋକସଭା ଆସନ ଯଥା-କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ନିର୍ବାଚନ ହେବ । ଆଜି ପ୍ରାର୍ଥିପତ୍ର ଯାଂଚ କରାଯିବ ଏବଂ ୨୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ ।
ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜିଠୁ ନାମାଙ୍କନ । ମେ’ ୩ ପର୍ଯ୍ୟନ୍ତ ନାମାଙ୍କନ ଭରିବେ ପ୍ରାର୍ଥୀ ।
/kanak/media/post_attachments/wp-content/uploads/2024/04/4-47.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)