ଆଜି ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ । ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ । ଆଜି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ
କନକ ବ୍ୟୁରୋ: ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ ବୋଲି ସ୍ଥିର ହୋଇଛି ।ଏଥିପାଇଁ ଆଜି ଏଥିପାଇଁ ନାମାଙ୍କନ ଦାଖଲ କରାଯିବାର ସୂଚନା ରହିିଛି । ଆସନ୍ତାକାଲି ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ବାଚସ୍ପତି ।

Kanak News is now on WhatsApp
Join and get latest news updates delivered to you via WhatsApp
ବିଧାନସଭାରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳର ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସେପଟେ କଂଗ୍ରେସର ବିଧାୟକ ଦଳ ବୈଠକ କାଲି ବସିବ । ବିଜେଡି ମଧ୍ୟ କାଲି ବିଧାୟକ ଦଳ ବୈଠକ କରିବ । କାଲି ଠାରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ୩୦ ତାରିଖ ଯାଏଁ ଚାଲିବ । ଏଥିରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି ।