ପଦ୍ମପୁରରେ ସ୍ଥଗିତ ରହିଛି ବିଜେପିର ନାମାଙ୍କନ ଦାଖଲ। ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ନାମାଙ୍କନ ଭରିନାହାନ୍ତି ପ୍ରଦୀପ ପୁରୋହିତ। 

273

କନକ ବ୍ୟୁରୋ: ନାମାଙ୍କନ ପାଇଁ ଗଲେ କିନ୍ତୁ ଫେରିଆସିଲେ ପ୍ରଦୀପ ପୁରୋହିତ । ପଦ୍ମପୁରରେ ହାଇଡ୍ରାମା ଦେଖିବାକୁ ମିଳିଛି । ବିଶାଳ ପଟୁଆର ଧରି ନାମାଙ୍କନ ଭରିବାକୁ ଆସିଥିଲେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ । ସାଙ୍ଗରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶର ଟୁଡୁଙ୍କ ସହ ପଶ୍ଚିମ ଓଡିଆର ଛାମୁଆ ବିଜେପି ନେତା । କିନ୍ତୁ ଉପଜିଲ୍ଲାପାଳ ଅଫିସରୁ ସେ ଫେରିଆସିଛନ୍ତି ।

ପ୍ରଦୀପ ଆଜି ନାମାଙ୍କନ ଦାଖଲ ନକରିବାର କାରଣ କହିଛନ୍ତି ଚାଷୀଙ୍କ ସମସ୍ୟା । ଉପଜିଲ୍ଲାପାଳ ଅଫିସକୁ ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଭରିବାକୁ ଯାଉଥିବାବେଳେ ଫସଲ ବୀମା ପାଇଁ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ସହ ତାଙ୍କର ଦେଖା ହୋଇଥିଲା । ଚାଷୀମାନଙ୍କ ସହ ତାଙ୍କର ସମସ୍ୟା ସମାଧାନ ନ ହେଇଥିବାରୁ , ପ୍ରଦୀପଙ୍କୁ ନାମାଙ୍କନ ପତ୍ର ଭରିବାକୁ ବାରଣ କରିଥିଲେ । ତେବେ ସେଠାରେ ଗୋଟିଏ ସର୍ତ୍ତ ରହିଥିଲା, ଯେ ଜଣେ କେହି ବି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରନ୍ତି, ତେବେ ଯାଇ ପ୍ରଦୀପ ନାମାଙ୍କନ ପତ୍ର ଦାଖଲ କରିବେ । ଏବେ ସେ ତାଙ୍କ ନାମାଙ୍କନ ପତ୍ର ୧୬ରେ ଦାଖଲ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ଧାମନଗର ଶୈଳୀରେ ପଦ୍ମପୁରରେ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛି ଦଳ । କୁହାଯାଉଛି ଖୁବ୍ ଶୀଘ୍ର ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆସି ପଦ୍ମପୁର ପାଇଁ ରଣନୀତି ପ୍ରସ୍ତୁତ କରିବେ । ଆଉ କେମିତି ଧାମନଗରର ବିଜୟଧାରାକୁ ବଜାୟ ରଖିହେବ ସେନେଇ ଦଳୀୟ ନେତା ଓ କର୍ମୀଙ୍କୁ ଟିପ୍ସ ଦେବେ ।