ନାମାଙ୍କନ ପତ୍ର ଦାଖଲ : କେଉଁ ଜିଲ୍ଲାରୁ କେତେ?

330

କନକ ବ୍ୟୁରୋ : ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା, ଆସିଲା ତାଲିକା । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପାଇଁ କେଉଁ ଜିଲ୍ଲାରୁ କେତେ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ତାହାର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଛି । ୱାର୍ଡମେମ୍ବର ପାଇଁ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୧୨ହଜାର ୨୭୯ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ବାଲେଶ୍ୱର ତଳେ ରହିଛି ଗଞ୍ଜାମ୍ । ଏଠାରେ ୧୧୬୫୭ ୱାର୍ଡମେମ୍ବର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ସରପଞ୍ଚ ପ୍ରାର୍ଥୀ ପାଇଁ ମୟୁରଭଞ୍ଜରେ ସର୍ବାଧୀକ ୨୫୦୦ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ତା ତଳେ ରହିଛି ଗଞ୍ଜାମ । ଗଞ୍ଜାମ ଜିଲ୍ଲାରୁ ୨୧୯୬ ପ୍ରାର୍ଥୀ ନାମାଙ୍କ ଭରିଛନ୍ତି । ସମିତି ସଭ୍ୟ ପାଇଁ ମଧ୍ୟ ମୟୁରଭଞ୍ଜରୁ ଅଧିକ ନାମାଙ୍କ ପତ୍ର ଦାଖଲ କରାଯାଇଛି ।

ସେପଟେ ଜିଲ୍ଲା ପରିଷଦ ଆଶନ ପାଇଁ ଗଞ୍ଜାମରୁ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗଞ୍ଜାମରୁ ୨୮୬ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ନାମାଙ୍କ ପତ୍ର ଦାଖଲ କରିଛନ୍ତି । ଦେଖନ୍ତୁ ପୂରା ତାଲିକା । କେଉଁ ଜିଲ୍ଲାରୁ କେତେ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି