କନକ ବ୍ୟୁରୋ : ଶୁକ୍ରବାର ଶେଷ ହୋଇଛି ବରଗଡ ଜିଲ୍ଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ । ମୋଟ୍ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏଥିମଧ୍ୟରୁ ୨ ପ୍ରାର୍ଥିପତ୍ର ନାକଚ ହୋଇଛି । ଏବେ ଲଢ଼େଇରେ ରହିଲେ ୧୧ ପ୍ରାର୍ଥୀ । ଏବେ ବିଜେଡି ପ୍ରାର୍ଥିନୀ ବର୍ଷାରାଣୀ ସିଂ ବରିହା, କଂଗ୍ରେସର ସତ୍ୟଭୂଷଣ ସାହୁ, ବିଜେପିର ପ୍ରଦୀପ ପୁରୋହିତ, ଓଜିପିର ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବ, ସ୍ୱାଧୀନ ପ୍ରାର୍ଥୀ ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ, ଗଙ୍ଗାଧର ସାହାଙ୍କ ନାମାଙ୍କନ ପତ୍ର କାଏମ୍‌ ରହିଥିବା ଜଣାପଡ଼ିଛି । ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥାପା ଓ ଦେବବ୍ରତ ସୁନାନୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ୨୧ ତାରିଖ ରହିଛି । ଏବେ ପ୍ରଚାର ଜମିବାରେ ଲାଗିଛି । ଗାଁକୁ ଗାଁ, ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି ବିଧାୟକ ପ୍ରାର୍ଥୀ ।

Advertisment