ପିପିଲି ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଦାଖଲ କଲେ ପ୍ରାର୍ଥୀପତ୍ର ।

53

କନକ ବ୍ୟୁରୋ: ପିପିଲି ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ନାମାଙ୍କନ କରୁଛନ୍ତି । ତେବେ ଆଶ୍ରିତ ନାମାଙ୍କନ ପୂର୍ବରୁ ପିପିଲି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଆଉ ତାପରେ ଏକ ବାଇକ ରାଲିରେ ପୁରୀ ଅଭିମୁଖେ ବାହାରିଥିଲେ । ସଠାରେ ବିଜେପିର ନେତା ଓ କର୍ମୀଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ଆଶ୍ରିତ । ପ୍ରାର୍ଥୀପତ୍ର ଦାଖଲ ପରେ ଆଶ୍ରିତ କହିଛନ୍ତି, ପିପିଲି ଉପନିର୍ବାଚନରେ ଲୋକଙ୍କ ବିଶ୍ୱାସ ବିଜୟ ହେବ, ବିଜୟୀ ହେବ ଭାରତୀୟ ଜନତା ପାର୍ଟି ।

ତେବେ ଏପଟେ ଏବେ ବି ବିଜେଡି-କଂଗ୍ରେସର ପ୍ରାର୍ଥୀକୁ ନେଇ ଅଙ୍କଛିଡିନଥିବା ଦେଖିବାକୁ ମିଳୁଛି । ନବୀନଙ୍କ ସପ୍ରାଇଜ ପ୍ୟାକେଟରୁ ପିପିଲି ପାଇଁ କିଏ ପ୍ରାର୍ଥୀ ହେବ ତାହା ଉପରେ ନଜର ରହିଥିବାବେଳେ ପିପିଲି ପାଇଁ କାହାକୁ କଂଗ୍ରେସ କମାଣ ଧରାଇବ ତାକୁ ମଧ୍ୟ ନେଇ ସସପେନ୍ସ ଜାରି ରହିଛି ।