କନକ ବ୍ୟୁରୋ: ଫେରିବ ନୋକିଆ, ଫେରିବ ସ୍ମୃତି । ପ୍ରାୟ ୧୨ ବର୍ଷ ପରେ ବନବାସରୁ ବଜାରକୁ ଫେରିବାକୁ ଯାଉଛି ନୋକିଆ ହ୍ୟାଣ୍ଡ ସେଟ୍ । ଆଣ୍ଟ୍ରୋଏଡ୍ ସ୍ମାର୍ଟ ଫୋନ୍ ବାହାରିବା ପରେ ଯେଉଁ ମୋବାଇଲ ଦିନେ ବଜାରରୁ ଗାୟବ ହୋଇଯାଇଥିଲା, ସେହି ଫୋନ୍ ଏବେ ଲୋକଙ୍କ ହାତରେ ଦେଖିବାକୁ ମିଳିବ ।
ନୋକିଆ ଦେହରେ ଜୀବନ ଫେରାଇବ ଫିନଲ୍ୟାଣ୍ଡ
ନୋକିଆକୁ ପୁଣି ନୂଆ ଜୀବନଦାନ ଦେବା ପାଇଁ ଫିନଲ୍ୟାଣ୍ଡର କମ୍ପାନୀ ଏଚ୍-ଏମ-ଡି ଗ୍ଲୋବାଲକୁ ଦାୟିତ୍ୱ ଦିଆଯାଇଛି । ଏବେ ଏହି କମ୍ପାନୀ ନୋକିଆର ଫିଚର ଫୋନ୍ ବନାଇବା ସହ ସ୍ମାର୍ଟ ଫୋନ୍ ମଧ୍ୟ ତିଆରି କରୁଛି ।
ନୋକିଆ ୫୩୧୦
ନୋକିଆର ୫୩୧୦ ମଡେଲର କାହାଣୀ ବି କିଛି ଅଲଗା, ୨୦୦୭ ମସିହାରେ ବଜାରକୁ ଲଞ୍ଚ ହୋଇଥିଲା ନୋକିଆ ୫୩୧୦ ଏକ୍ସପ୍ରେସ୍ ମ୍ୟୁଜିକ୍ ମଡେଲ୍ । ଲଞ୍ଚ ହେବା ପରେ ବହୁତ ଲୋକ ପ୍ରିୟ ହୋଇଥିଲା ଏହି ହ୍ୟାଣ୍ଡ ସେଟ୍ । ପ୍ରଥମଥର ପାଇଁ ଏହି ହ୍ୟାଣ୍ଡସେଟରେ ମ୍ୟୁଜିକ୍ ସିଷ୍ଟମ ଥିବାରୁ ପ୍ରତିଟି ଲୋକଙ୍କ ହାତରେ ଏହି ମୋବାଇଲ୍ ଦେଖିବାକୁ ମିଳିଥିଲା । କିନ୍ତୁ ବଜାରକୁ ଆଣ୍ଡ୍ରୋଏଡ୍ ଫୋନ୍ ଆସିବା ପରେ ଧିରେ ଧିରେ ଏହି ଫୋନ୍ ଗାଏବ ହୋଇଯାଇଥିଲା । ତେବେ ପ୍ରାୟ ଗୋଟିଏ ଦସନ୍ଧି ପରେ ପୁଣି ବଜାରକୁ ନୂଆ ଅବତାର ନେଇ ଓହ୍ଲାଇବାକୁ ଯାଉଛି ୫୩୧୦ ମଡେଲ୍
ତେବେ ନଜର ପକାନ୍ତୁ ପୁନର୍ଜନ୍ମ ନେଇ ବଜାରକୁ ଆସୁଥିବା ନୋକିଆ ୫୩୧୦ ମଡେଲରେ କଣ ରହିଛି ଫିଚର୍ସ ।
ଏହି ମୋବାଇଲରେ ୨.୪ ଇଞ୍ଚର ଡିସପ୍ଲେ
ମେଡିଆ ଟେକ୍ ଏମ-ଟି୬୨୬୦ଏ ପ୍ରୋସେସର ଏବଂ ୮ଏମବିର ର୍ୟାମ୍ ସହ ୧୬ ଏମବିର ମେମୋରି ଦିଆଯାଇଛି । ମାଇକ୍ରୋ ଏସଡି କାର୍ଡ ରହିଛି, ୟୁଜର୍ସ ଚାହିଁଲେ ମେମୋରିକୁ ବଢାଇ ପାରିବେ ।
କେବଳ ସେତିକି ନୁହେଁ ଏହି ଫୋନରେ ହେଡଫୋନ୍ ଜ୍ୟାକ୍, ମାଇକ୍ରୋ ୟୁଏସବି ୧.୧, ଏଫଏମ୍ ରେଡିଓ, ବ୍ଲୁଟଥ ଭଳି କନେକ୍ଟିଭିଟି ଦିଆଯାଇଛି । ଏହା ସହିତ ଫୋନରେ ୧୨ଶହ ଏମଏଏଚର ବ୍ୟାଟ୍ରି ପାୱାର ଦିଆଯାଇଛି । ଯାହାକୁ ଆପଣଙ୍କୁ ଭଲ ବ୍ୟାଟ୍ରି ବ୍ୟାକପ୍ ଦେବ ।
ତେବେ ଦେଖିବାକୁ ରହିଲା, ବାଜାରରେ ମିଳୁଥିବା ଏତେସାରା ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ମଧ୍ୟରେ କେତେ ଲୋକପ୍ରିୟ ହୋଇପାରୁଛି ଏହି ହ୍ୟାଣ୍ଡସେଟ୍ ।
ପୁଣି ଲୋକଙ୍କ ହାତରେ ଦେଖାଯିବ ନୋକିଆ ହ୍ୟାଣ୍ଡ ସେଟ୍ । ଖୁବ୍ ଶୀଘ୍ର ନୂଆ ରୂପରେ ବଜାରକୁ ଆସୁଛି ନୋକିଆ ୫୩୧୦, ଜାଣନ୍ତୁ କଣ ରହିଛି ଫିରର୍ସ
/kanak/media/post_attachments/wp-content/uploads/2020/07/vlcsnap-2020-07-07-07h44m15s210.png)