କନକ ବ୍ୟୁରୋ: ସ୍କୁଲ ଖୋଲିବାର କିଛି ମାତ୍ର ଦିନ ହୋଇଛି କି ନାହିଁ ପୁଣି ଦେଖାଗଲାଣି କରୋନା ଛନକା । ଗାଜିଆବାଦ୍ ଓ ନୋଏଡାର ୪ଟି ସ୍କୁଲରେ ପ୍ରାୟ ୧୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଅଧିକାଂଶ ନୋଏଡା ଅଞ୍ଚଳର ବୋଲି ଜଣାପଡିଛି । ଏଠିିକାର ୨ଟି ସ୍କୁଲରୁ ୧୩ଜଣ ପଜିଟିଭ୍ ଅଛନ୍ତି । ଛାତ୍ରଛାତ୍ରୀଙ୍କ ସହ ୩ଜଣ ଶିକ୍ଷକ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି ।
ଏହାବ୍ୟତୀତ ନୋଏଡା ସେକ୍ଟର ୩୦ରେ ଥିବା ଏକ ଘରୋଇ ସ୍କୁଲର ଜଣେ ଛାତ୍ର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗାଜିଆବାଦର ୨ଟି ସ୍କୁଲରୁ ୫ଟି ପଜିଟିଭ୍ କେସ୍ ମିଳିଛି । ଉଭୟ ସ୍କୁଲକୁ ୩ ଦିନ ଯାଏଁ ବନ୍ଦ କରିଦିଆଯାଇଛି । ଉଭୟ ଅଞ୍ଚଳର ୧୬ ଛାତ୍ର ଓ ୩ଣ ଶିକ୍ଷକ କରୋନା ପଜିଟିଭ୍ ଥିବା ସୂଚନା ରହିଛି ।
ଗାଜିଆବାଦ୍ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଜିଲ୍ଲାରେ ୨ଟି ସ୍କୁଲର ୫ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି । ସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି । ଏହାବ୍ୟତୀତ ଆଣ୍ଟିଜେନ ଟେଷ୍ଟ ମଧ୍ୟ କରାଯାଇଛି ।
ନୋଏଡାର ଏକ ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ନୋଏଡା ପ୍ରଶାସନକୁ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । ଏବେ ଅନଲାଇନରେ ପାଠପଢା ଚାଲିବ । ଏପ୍ରିଲ ୧୮ ତାରିଖ ପରେ ପୁଣିଥରେ ଏସବୁ ସ୍କୁଲ ଖୋଲିପାରେ ବୋଲି ସୂଚନା ରହିଛି ।