ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲଘଂନ ମାମଲା । ୟୁଟ୍ୟୁବର ଏଲଭିସ ଯାଦବ ଗିରଫ

238

କନକ ବ୍ୟୁରୋ : ଲୋକପ୍ରିୟ ୟୁଟ୍ୟୁବର ତଥା ବିଗବସ୍ ଓଟିଟି ୨ର ବିଜେପତା ଏଲଭିସ ଯାଦବଙ୍କୁ ନୋଇଡା ପୋଲିସ ଗିରଫ କରିଛି । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲଘଂନ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ନୋଏଡା ପୋଲିସ ରବିବାର ଦିନ ତାଙ୍କୁ ପଚରା ଉଚରା କରିବାକୁ ଥାନାକୁ ଡାକିଥିଲା । ପଚରା ଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଏଲଭିସ ଯାଦବ ସାପ ବିଶ କାରବାର କରୁଥିବା ଅଭିଯୋଗ ହୋଇଥିଲା । ଏନେଇ କିଛିମାସ ତଳେ ପୋଲିସ ଯାଂଚ ଆରମ୍ଭ କରିଥିଲା ।

ନୋଏଡା ପୋଲିସ କିଛିମାସ ତଳେ ସମାନ ମାମଲାରେ ଏଲଭିସଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା । ଏଲଭିସଙ୍କ ବିରୋଧରେ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ୧୯୭୨ ଆଧାରରେ ଅଭିଯୋଗ ହୋଇଥିଲା ।

ରେବ୍ ପାର୍ଟିକୁ ସାପ ବିଶ ଯୋଗାଇବା ମାମଲାରେ ନୋଇଏଡା ପୋଲିସ ଜୟପୁର ଏଫଏଓଏଲକୁ ନମୂନା ପଠାଇଥିଲା । ନମୂନା ପରୀକ୍ଷଣରୁ ଏହା ଅଜଗର ପ୍ରଜାତିର ସାପ ବିଶ ବୋଲି ଜଣାପଡିଛି । ଏହି ମାମଲାରେ ଲୋକପ୍ରିୟ ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ନାମରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିଲା । ପ୍ରଥମେ ସାପ ଧରାଳୀକୁ ଗିରଫ କରି ଜେଲ ପଠାଯାଇଥିବା ବେଳେ ଏବେ ଏଲଭିସ୍ ଯାଦବଙ୍କୁ ଗିରଫ କରାଯାଇଛି ।