୩ ହଜାର ନକଲି କମ୍ପାନୀ ପଞ୍ଜିକରଣ କରି ଲୁଟିଥିଲା ୧୫ ହଜାର କୋଟି ଟଙ୍କାର ଜିଏସଟି । ଅଭିଯୋଗ ପରେ ବାନ୍ଧିଲା ପୋଲିସ

518

କନକ ବ୍ୟୁରୋ : ୧୫ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ଜିଏସଟି ଠକେଇ କରିଥିବା ଅଭିଯୁକ୍ତ ବିକାଶ ଡବାସକୁ ନୋଏଡା ପୋଲିସ ଗିରଫ କରିଛି । ବିକାଶକୁ ତାଙ୍କ ବାସଭବନ ନୋଏଡା-୨୦ ଥାନା ସ୍ଥିତି ମୁବାରକପୁରରୁ ଗିରଫ କରାଯାଇଛି । ବିକାଶ ବାବଦରେ ସୂଚନା ଦେବାକୁ ନୋଏଡା ପୋଲିସ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ ୨୯ ଜଣଙ୍କୁ ଗିରଫ କରାଯାଇଛି ।

ନୋଏଡାର କମିଶନରେଟ ପୋଲିସ ଗତବର୍ଷ ଜୁନ ମାସରେ ଏହି ମାମଲାର ଖୁଲାସା କରିଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ ନୋଏଡା ପୋଲିସ ୪ ହଜାର କୋଟିରୁ ଅଧିକ ଟଙ୍କାର ଆଇଟିସି ଫ୍ରିଜ କରିଛି । ଯାହାକୁ ବିକାଶ ଗତ ୫ ବର୍ଷ ଧରି ନକଲି ଜିଏସଟି ନମ୍ବର ସହିତ ପ୍ରସ୍ତୁତ କରିଥିଲା ।

ବିକାଶ ଓ ତାର ଟିମ୍ ନକଲି ବିଲ୍ ଉପଯୋଗ କରି ଜିଏସଟି ରିଫଣ୍ଡ କରାଉଥିଲା । ନକଲି ଦସ୍ତାବିଜ୍, ଆଧାରକାର୍ଡ, ରେଣ୍ଟ ଏଗ୍ରିମେଣଯ, ଇଲେକ୍ଟ୍ରିସିଟି ବିଲ ଆଦିର ବ୍ୟବହାର କରି ନକଲି ଫର୍ମ ଜିଏସଟି ନମ୍ବର ସହ ପ୍ରସ୍ତୁତ କରୁଥିଲା ।

ବିକାଶ ଦେଶର ବିଭିନ୍ନ ଠିକଣାରେ ୩ ହଜାରରୁ ଅଧିକ ନକଲି କମ୍ପାନୀ ପ୍ରସ୍ତୁତ କରି କମ୍ପାନୀ ନାମରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ ୍ ପ୍ରାପ୍ତ କରି ପାଖାପାଖି ୧୫ ହଜାର କୋଟିରୁ ଅଧିକ ଟଙ୍କାର ଦୁର୍ନୀତି କରିଛି । ଏହି କମ୍ପାନୀଗୁଡିକ କେବଳ କାଗଜପତ୍ରରେ ରହିଛି, ହେଲେ ତାହାର କିଛି ଅସ୍ତିିତ୍ୱ ନାହିଁ ।