କନକ ବ୍ୟୁରୋ: ଏମ୍ସ ଇତିହାସରେ ସର୍ବକନିଷ୍ଠ ଡୋନର । ଏହି ଡୋନର ଜଣକ ହେଉଛି ମାତ୍ର ୫ ବର୍ଷର ଶିଶୁ । ନଏଡା ସେକ୍ଟରର ରୋଲି ନାମକ ଜଣେ ଶିଶୁ ନିଜ ଅଙ୍ଗଦାନ କରି ଏକାବେଳକେ ୨ଟି ଜୀବନ ବଞ୍ଚାଇଛନ୍ତି ।
ରୋଲି ତାଙ୍କ ଘର ବାହାରେ ଖେଳୁଥିବା ସମୟରେ ଗୁଳିମାଡର ଶିକାର ହୋଇଥିଲା । ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତା’ର ମୃତ୍ୟୁ ହୋଇଥିଲା । ତାଙ୍କ ମୁଣ୍ଡର ଦୁଇଟି ହାଡ ଭାଙ୍ଗିବା ଅବସ୍ଥାରେ ଥିଲା । ଆଘାତ ପରେ ରୋଲି କୋମାକୁ ଚାଲିଯାଇଥିଲା । ଏହାପରେ ରୋଲିକୁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା । ଡାକ୍ତରମାନେ ଶିଶୁଟିକୁ ବଞ୍ଚାଇବାକୁ ୨ ଧରି ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ଶୁକ୍ରବାର ରୋଲିକୁ ବ୍ରେନ ଡେଡ୍ ଘୋଷଣା କରାଯାଇଥିଲା ।
ବରିଷ୍ଠ ନ୍ୟୁରୋସର୍ଜନ ଡାକ୍ତର ଦୀପକ ଗୁପ୍ତର ରୋଲିଙ୍କ ବାପା ମା’ଙ୍କୁ ଅଙ୍ଗଦାନ କଥା କହିଥିଲେ । ସେମାନେ ଝିଅର ଅଙ୍ଗଦାନ ପାଇଁ ରାଜି ହୋଇଥିଲେ । ରୋଲିଙ୍କ ଅଙ୍ଗଦାନରେ ଯକୃତ ରୋଗରେ ପୀଡିତ ଦୁଇ ଶିଶୁ ନୂଆ ଜୀବନ ପାଇଛନ୍ତି ।
Follow Us