ଚାରିଆଡ଼େ ଧୁମଧାମରେ ରବିବାର ମାତୃ ଦିବସ ପାଳନ କରାଗଲା । ସୋସିଆଲ୍ ମିଡ଼ିଆରେ ମଧ୍ୟ ୟୁଜର୍ସ ଭିନ୍ନ ଭିନ୍ନ ମେସେଜ୍ ପୋଷ୍ଟ କରି ମା’ଙ୍କୁ ଶୁଭେଚ୍ଛା ଜଣାଇଲେ । ତେବେ ଉତ୍ତରପ୍ରଦେଶ ପୋଲିସ୍ ତରଫରୁ ମଧ୍ୟ ଟ୍ୱିଟର ଆକାଉଣ୍ଟରେ ଜଣେ ମହିଳା ପୋଲିସକର୍ମୀଙ୍କ ଫଟୋକୁ ସେୟାର୍ କରାଯାଇଥିଲା । ଏହି ମହିଳା ପୋଲିସ୍ ଜଣକ ଡ୍ୟୁଟି କରିବା ସହିତ ନିଜ ଦୁଇ ଛୁଆଙ୍କ ଯତ୍ନ ମଧ୍ୟ ନେଉଥିବା ଦେଖାଗଲା ।
ଫଟୋରେ ଦେଖାଯାଉଥିବା ମହିଳା ଜଣକ ହେଲେ ନୋଏଡା ଇକୋଟେକ୍-୧ ଥାନାର ମହିଳା କନେଷ୍ଟବଳ କାମିନୀ । ଯେ ଡ୍ୟୁଟି ସହ ନିଜ ଯାଆଁଳା ଛୁଆଙ୍କ ଯତ୍ନ ମଧ୍ୟ ନେଉଛନ୍ତିି । ତେବେ ପୋଲିସର ଏହି ଟ୍ୱିଟ୍ ଖୁବ୍ ଭାଇରାଲ୍ ହେଉଛି । ପୋଲିସ୍ ୪ ଟି ଫଟୋ ସେୟାର୍ କରି କନେଷ୍ଟବଳ କାମିନୀଙ୍କ ସାହସକୁ ସଲାମ୍ କରିଛନ୍ତି । ମା’ ହେବା ପରେ ମଧ୍ୟ ନିଜ କାର୍ଯ୍ୟକୁ ଅବହେଳା ନକରି ସେ ସୁଚାରୁରୂପେ ଉଭୟ କର୍ତ୍ତବ୍ୟକୁ ପାଳନ କରିଛନ୍ତି । ତେବେ ୬ ମାସ ପୂର୍ବରୁ ହିଁ ସେ ଯାଆଁଳା ପିଲାଙ୍କ ମା’ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ମେଟରନିଟି ଲିଭ୍ ପରେ ସେ ଡ୍ୟୁଟି ପୁନଶ୍ଚ ଜଏନ୍ କରିଥିଲେ । କାମିନୀଙ୍କ ସ୍ୱାମୀ ମଧ୍ୟ କାର୍ଯ୍ୟରତ ଥିବାରୁ ଦୁଇ ପିଲାଙ୍କ ଯତ୍ନ ନେବା ପାଇଁ ସେ ପିଲାଙ୍କୁ ଅଫିସ୍ ନେଇ ଆସିଥିଲେ । ତେବେ ସୋସିଆଲ୍ ମିଡିଆରେ ଏହି ଫଟୋକୁ ବହୁତ ସେୟାର୍ କରାଯାଉଛି ଏବଂ ଲୋକ ମଧ୍ୟ ଏହି ମହିଳା ପୋଲିସ କର୍ମଚାରୀଙ୍କ ଖୁବ୍ ପ୍ରଶଂସା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/K.jpg)
/kanak/media/post_attachments/wp-content/uploads/2019/05/RR-1-300x197.jpg)