କଲୋନୀରେ ଗଛ ଲଗାଇବାରୁ ମହିଳାଙ୍କୁ ବିଜେପି ନେତାଙ୍କ ଅସଭ୍ୟ ଆଚରଣ । ମାମଲା ଦାଏର ପରେ ଫେରାର ନେତା

164

କନକ ବ୍ୟୁରୋ: ସତ୍ତା ବଳରେ ନେତାମାନେ ବିଭିନ୍ନ ସମୟରେ ଉନ୍ମତ୍ତ କାଣ୍ଡ ଘଟାଇବା ଦେଖିବାକୁ ମିଳେ । ଏବେ ଏପରି ଆଉ ଏକ ଘଟଣା ସାମନାକୁ ଅସିଛି । ଦିଲ୍ଲୀ ନୋଏଡା ଗୌତମ ନଗରରେ ଥିବା ସେକ୍ଟର-୯୮ରେ ରହୁଥିବା ଜଣେ ମହିଳାଙ୍କୁ ଅସଭ୍ୟ ବ୍ୟବହାର କରିଛନ୍ତି ବିଜେପି ବିଧାୟକ ଶ୍ରୀକାନ୍ତ ତ୍ୟାଗୀ ।

ସୋସାଇଟି ପରିସରରେ କିଛି ଫୁଲ ଗଛ ଲଗାଇବାରୁ ରାଗିଯାଇଥିଲେ ବିଧାୟକ । ଏହାକୁ ନେଇ ମହିଳାଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।ଏହାସହ ଧମକ ମଧ୍ୟ ଦେଇଥିଲେ । କିନ୍ତୁ ମହିଳା ଜଣଙ୍କର କିଛି ଦୋଷ ନଥାଇ ମଧ୍ୟ ସେ ନୀରବ ରହିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଲୋକେ ବିଜେପି ନେତାଙ୍କ ବିରୋଧରେ ସ୍ୱର ଉଠାଇଥିଲେ । ଏହାକୁ ନେଇ ପୋଲିସରେ ମାମଲା ମଧ୍ୟ ଦାଏର କରିଛନ୍ତି ।

 କିନ୍ତୁ ମାମାଲା ଦାଏର ହେବା ପରେ ପରେ କୁଆଡେ ଫେରାର ହୋଇଛନ୍ତି ଶ୍ରୀକାନ୍ତ ତ୍ୟାଗୀ । ତାଙ୍କୁ ପୋଲିସ ଏଯାଏଁ ଗିରଫ କରିପାରିନାହିଁ । ଅନ୍ୟପଟେ ବିଜେପିଙ୍କର ତ୍ୟାଗୀଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି କହିଛି ବିଜେପି ।