ସରକାରଙ୍କ ତରଫରୁ ବନ୍ଦ କରାଯିବା ପରେ ମଧ୍ୟ ବଜାରରେ ଏପରି ବହୁତ ନୋଟ କାରବାର ହେଉଛି ଯାହା ଉପରେ କଲମରେ ନାମ କିମ୍ବା ନମ୍ବର ଲେଖାଥାଉଛି । ସେହି ନୋଟ ଗୁଡ଼ିକୁ ବ୍ୟାଙ୍କ ଗ୍ରହଣ କରୁ ନଥିବାରୁ ଦୋକାନୀମାନେ ମଧ୍ୟ ଗ୍ରହଣ କରିବା ପାଇଁ କୁଣ୍ଠା ପ୍ରକାଶ କରୁଛନ୍ତି । ଯାହା ଫଳରେ ସେହି ଟଙ୍କା ବା ନୋଟ ଗୁଡ଼ିକ ଅଦରକାରୀ ସାବ୍ୟସ୍ତ ହେଉଛି । ଏଣୁ ଆଜି ଆମେ ଆପଣଙ୍କୁ ସହଜରେ ନୋଟ ଉପରୁ କଲମ ଲେଖା ଲିଭାଇବାର ଉପାୟ ବତାଇବାକୁ ଯାଉଛୁ ।
ନୋଟ ଉପରେ କଲମରେ ଲେଖା ହୋଇଥିବା ନାମ କିମ୍ବା ନମ୍ବର ଲିଭାଇବା ପାଇଁ ଆପଣ ଥିନର ବ୍ୟବହାର କରିପାରିବେ । ଥିନର୍ ମହିଳାଙ୍କ ନେଲପଲିସ ଲିଭାଇବା ପାଇଁ ସାଧାରଣତଃ ବ୍ୟବହାର କରାଯାଇଥାଏ । ପ୍ରଥମତଃ ଥିନରକୁ କିଛି ମାତ୍ରାରେ ଏକ ପ୍ଲେଟରେ ବାହାର କରନ୍ତୁ । ଏହାପରେ ପ୍ରାୟ ୧୦ ମିନିଟ ପର୍ୟ୍ୟନ୍ତ କଲମରେ ଲେଖାଥିବା ନୋଟକୁ ବୁଡେଇ ରଖନ୍ତୁ । ଏହି ସମୟରେ ଭୁଲରେ ମଧ୍ୟ ନୋଟ ସହ ଲାଗନ୍ତୁ ନାହିଁ । ନଚେତ ଏହା ଛିଡ଼ିବାର ସମ୍ବାବନା ରହିଛି । ପରେ ଧିରେ ଧିରେ ଏକ ଚାମଚ ସାହାଯ୍ୟରେ ଲାଗିଥିବା ସାହି ବା କଲମର ଦାଗ ଉପରେ ରଗଡ଼ନ୍ତୁ । ଦେଖିବେ ନୋଟ ଉପରେ ଲେଖା ଦାଗ ଲିଭିଯିବା ସହ ନୋଟ ସଂପୂର୍ଣ୍ଣ ନୂଆ ଭଳି ଦେଖାଯିବ । ଏହାପରେ ଧିରେ ଧିରେ ନୋଟକୁ ଥିନରରୁ ବାହାର କରିଦିଅନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/647_111616014417.jpg)