ଏଣିକି ଅସ୍ତ୍ରୋପଚାର କରିବେ ଆୟୁର୍ବେଦିକ ଡାକ୍ତର: କାନ, ଆଖି,ଦାନ୍ତ,ଅସ୍ଥି ଶଲ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସାଧାରଣ ଅସ୍ତ୍ରୋପଚାର କରାଇବାକୁ ଆଇନସମ୍ମତ ଅନୁମତି

କେନ୍ଦ୍ର ସରକାରଙ୍କ ପ୍ରକାଶ କଲେ ବିଜ୍ଞପ୍ତି

298

କନକ ବ୍ୟୁରୋ: ଅସ୍ତ୍ରୋପଚାର କରିବାକୁ ଆୟୁବୈଦ ଡାକ୍ତରଙ୍କୁ ଅନୁମତି । କାନ, ଆଖି,ଦାନ୍ତ,ଅସ୍ଥି ଶଲ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସାଧାରଣ ଅସ୍ତ୍ରୋପଚାର କରାଇବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ରସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେବେ ଏହି ଅସ୍ତ୍ରୋପଚାର ସବୁ ଆର୍ୟୂୁବୈଦ ପ୍ରତିଷ୍ଠାନ ଓ ୨୫ ବର୍ଷରୁ ଅଧିକ ସମୟ ହେବ କରାଯାଉଛି । ଏହା ଆଇନସିଦ୍ଧ ବୋଲି ସ୍ୱଷ୍ଟ କରିବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ସେଂଟ୍ରାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନର ଅଧ୍ୟକ୍ଷ କହିଛନ୍ତି ।

ଇଣ୍ଡିଆନ ସେଂଟୟଲେ କାଉନସିଲ ଅଫ ମେଡିସିନ ସ୍ନାତକୋତର ଆର୍ୟୁବୈଦ ଶିକ୍ଷା ରେଗୁଲେସନ ୨୦୧୬କୁ ସଂଶୋଧନ କରାଯାଇ ଯେଉଁ ସବୁ ପଦ୍ଧତି ସାମିଲ କରାଯିବ ସେ ସବୁ ଏହି ବିଜ୍ଞପ୍ତିରେ ତାଲିକାଭୁକ୍ତ ହୋଇଛି । କେନ୍ଦ୍ର ସରକାର ମଂଜୁରୀ ପରେ ନଭେମ୍ବର ୧୯ରେ ବାହାରିଥିବା ଏହି ବିଜ୍ଞପ୍ତିରେ ସଂଶୋଧନ କରାଯାଇଥିବା ଉଲ୍ଲେଖ୍ ଅଛି । ସ୍ନାତକୋତର ଶିକ୍ଷାରେ ସାଧାରଣ ଅସ୍ତ୍ରୋପଚାର ଓ କର୍ଣ୍ଣ, ନାସା, ଗଳା,ମୁଣ୍ଡ ଓ ଚକ୍ଷୁ ଅସ୍ତ୍ରୋପଚାର ଶିକ୍ଷାର୍ଥୀମାନେ ସ୍ୱତନ୍ତ୍ର ଭାବେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ପାଇଁ ତାଲିମ ପାଇବେ ।