ମେଡିସିନ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା । କୋଭିଡ ଟିକା ବିକାଶ ପାଇଁ କାଟାଲି କାରିକୋ ଓ ଡ୍ରିୟୁ ୱେଚମ୍ୟାନଙ୍କୁ ମିଳିବ ପୁରସ୍କାର
କନକ ବ୍ୟୁରୋ : ଘୋଷଣା ହୋଇଛି ମେଡିସିନ ପାଇଁ ନୋବେଲ ଶାନ୍ତି ପୁରସ୍କାର । କୋଭିଡ ଟିକା ବିକାଶ ପାଇଁ କାଟାଲି କାରିକୋ ଓ ଡ୍ରିୟୁ ୱେସମ୍ୟାନଙ୍କୁ ମିଳିବ ଏହି ସମ୍ମାନ । ଦୁଇ ବୈଜ୍ଞାନିକଙ୍କ ଗବେଷଣା ଦ୍ୱାରା ଫାଇଜର ଓ ମଡର୍ଣ୍ଣା ଟିକା ବିକଶିତ ହୋଇଥିଲା । କାଟାଲି ଜଣେ ହଙ୍ଗେରୀ ବଂଶୋଦ୍ଭବ ଓ ଆମେରିକୀୟ ବାୟୋକେମିଷ୍ଟ । ସେହିପରି ଡ୍ରିୟୁ ଜଣେ ଆମେରିକୀୟ ଜୈବ ବୈଜ୍ଞାନିକ । ମେଡିସିନ ନୋବେଲ ପୁରସ୍କାର ସହ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି । ଏହି କ୍ରମରେ ଅନ୍ୟ ବିଭାଗ ପାଇଁ ପୁରସ୍କାର ଘୋଷଣା କରାଯିବ । ପରେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବା କାର୍ଯ୍ୟକ୍ରମ ରହିଛି ।