ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା: ଅବଦୁଲରଜାକ ଗୁରନାହଙ୍କୁ ମିଳିବ ପୁରସ୍କାର

101

କନକ ବ୍ୟୁରୋ: ସାହିତ୍ୟ ପାଇଁ ଘୋଷଣା ହୋଇଛି ନେବଲ ପୁରସ୍କାର । ୨୦୨୧ ପାଇଁ ଉପନ୍ୟାସକାର ଅବଦୁଲରଜାକ ଗୁରନାହଙ୍କୁ ମିଳିବ ନୋବେଲ ପୁରସ୍କାର । ଅବଦୁଲରଜାକ ୧୦ ଉପନ୍ୟାସ ସହ ଅନେକ ଲଘୁକଥା ମଧ୍ୟ ଲେଖିଛନ୍ତି । ୨୧ ବର୍ଷ ବୟସରୁ ଅବଦୁଲରଜାକ ଇଂରାଜୀରେ ଲେଖିବା ଆରମ୍ଭ କରିଥିଲେ ।

ଅବଦୁଲରଜାକ ୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜାଞ୍ଜିବାର ଦ୍ୱିପରେ ନିଜ ପିଲାଦିନ ବିତାଇଥିଲେ । ହେଲେ ୧୯୬୦ ମସିହାରେ ଶରଣାର୍ଥୀ ଭାବେ ଇଂଲଣ୍ଡ ପଳାଇଥିଲେ । ସେ ସାହିତ୍ୟ ପ୍ରଫେସର ଭାବେ ନିଜ କାର୍ଯ୍ୟକାଳ ବିତାଇଥିଲେ ।