୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷିତ । ଦୁଇ ସାମ୍ବାଦିକଙ୍କୁ ମିଳିତ ସମ୍ମାନ

Advertisment
୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷିତ । ଦୁଇ ସାମ୍ବାଦିକଙ୍କୁ ମିଳିତ ସମ୍ମାନ

କନକ ବ୍ୟୁରୋ: ଘୋଷଣା ହୋଇଛି ୨୦୨୧ ବର୍ଷ ପାଇଁ ଶାନ୍ତି ନୋବେଲ ପୁରସ୍କାର । ଦୁଇ ସାମ୍ବାଦିକଙ୍କୁ ମିଳିତ ଭାବେ ଏହି ସମ୍ମାନାସ୍ପଦ ପୁରସ୍କାର ମିଳିଛି । ଅଭିବ୍ୟକ୍ତିରେ ସ୍ମାଧିନତା କ୍ଷେତ୍ରରେ ଉଲ୍ଲେଖନୀୟ ସଂଘର୍ଷ ଯୋଗୁଁ ଫିଲିପାଇନ୍ସର  ମାରିୟା ରେସା ଓ ଋଷର ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ ।

ବେରିଟ୍ ରିସ୍-ଆଣ୍ଡର୍ସେନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ର ଏବଂ ଗଣମାଧ୍ୟମର ସ୍ୱାଧୀନତା ଦିନକୁ ଦିନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭ ବାକ୍‌ ସ୍ବାଧୀନତାକୁ ସୁରକ୍ଷା ଦେଉଥିବା ସାମ୍ବାଦିକଙ୍କ ପ୍ରତିନିଧୀ ପାଲଟିଛନ୍ତି। ୨୦୧୨ରୁ, ରେସା ଅନୁସନ୍ଧାନକାରୀ ସାମ୍ବାଦିକତା ପାଇଁ ଏକ ଡିଜିଟାଲ୍ ମିଡିଆ କମ୍ପାନି ରାପ୍ଲରର ସହ-ପ୍ରତିଷ୍ଠାତା ଭାବେ କାମ ଆରମ୍ଭ କରିଥିଲେ, ଯାହାକି ସେ ଏପର୍ଯ୍ୟନ୍ତ ଜାରି ରଖିଛନ୍ତି। ନିଜ ଡିଜିଟାଲ ମିଡିଆ କମ୍ପାନି ଦ୍ବାରା ସେ ଅନେକ ଅପରାଧର ଅନୁସନ୍ଧାନ କରିଛନ୍ତି।

ସେହି ଭଳି ମୁରାତୋଭ ୧୯୯୩ ରେ, ନୋଭାୟା ଗଜେତା ନାମକ ଖବରକାଗଜର ପ୍ରତିଷ୍ଠା କରିଥିଲେ। ନିଜ ଖବରକାଗଜ ଜରିଆରେ ସେ ବାକ୍‌ ସ୍ବାଧୀନତାକୁ ସୁରକ୍ଷା ଦେଇଥିବା ସହ ୧୯୯୫ମସିହାରୁ ଏହାର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଆସୁଛନ୍ତି।

ମୋଟ ୩୨୯ଜଣଙ୍କ ମଧ୍ୟରୁ ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭ ନୋବେଲ ଶାନ୍ତି ପୁରସ୍କାର ୨୦୨୧ପାଇଁ ମନୋନୀତ ହୋଇଛନ୍ତି। ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ବର୍ତ୍ତମାନ ୧.୧ ମିଲିୟନ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe