ଅର୍ଥନୀତିରେ ନୋବେଲ: କ୍ଲାଉଡିଆ ଗୋଲ୍ଡିନ୍ ପାଇଲେ ଅର୍ଥନୀତିରେ ନୋବେଲ ପୁରସ୍କାର
ଆମେରିକାର କ୍ଲାଉଡିଆ ଗୋଲ୍ଡିନ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଇଛନ୍ତି।
ଶ୍ରମବଜାରରେ ମହିଳାମାନଙ୍କ ଅବଦାନ ନେଇ ଗବେଷଣା କରିଥିଲେ । ଏକମାତ୍ର ଭାରତୀୟ ଭାବେ ଅମର୍ତ୍ୟ ସେନ ଏହି ପୁରସ୍କାର ପାଇଛନ୍ତି

Kanak News is now on WhatsApp
Join and get latest news updates delivered to you via WhatsApp
ଆମେରିକାର କ୍ଲାଉଡିଆ ଗୋଲ୍ଡିନ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଇଛନ୍ତି। ମହିଳାମାନଙ୍କ କାର୍ଯ୍ୟ ଏବଂ ବଜାରରେ ସେମାନଙ୍କର ଅବଦାନକୁ ଭଲ ଭାବରେ ଅନୁସନ୍ଧାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶ୍ରମ ବଜାରରେ ଗୋଲ୍ଡିନ୍ଙ୍କ ଅନୁସନ୍ଧାନକୁ ନୋବେଲ କମିଟି ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ପ୍ରଶଂସା କରିଛି । ତାଙ୍କର ଅନୁସନ୍ଧାନ ଶ୍ରମ ବଜାରରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ଏବଂ ସେମାନଙ୍କର ରୋଜଗାର ବିଷୟରେ ସୂଚନା ଦେଇଛି ।
ବିଗତ ୨୦୦ ବର୍ଷର ତଥ୍ୟ ଅଧ୍ୟୟନ କରିବା ପରେ ଗୋଲ୍ଡିନ ତାଙ୍କ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏଥିରେ ଲିଙ୍ଗଗତ ରୋଜଗାର ଉପରେ କି ପ୍ରଭାବ ପଡିଛି ସେ ବ୍ୟାଖ୍ୟା କରିଛନ୍ତି। ଗୋଲ୍ଡିନଙ୍କ ଅନୁସନ୍ଧାନ ଅନୁଯାୟୀ ବଜାରରେ ମହିଳାଙ୍କ ଅବଦାନରେ କୌଣସି ପ୍ରତ୍ୟକ୍ଷ ବୃଦ୍ଧି ଘଟି ନାହିଁ। ଏହା ପରିବର୍ତ୍ତେ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ହ୍ରାସ ପାଇ ବର୍ତ୍ତମାନ ବୃଦ୍ଧି ପାଉଛି । ସମୟ ସହିତ ତାଳଦେଇ ସମାଜ କୃଷିରୁ ଶିଳ୍ପଆଡକୁ ମୁହାଁଇଲା ବେଳେ ବଜାରରେ ବିବାହିତା ମହିଳାଙ୍କ ଅବଦାନ ହ୍ରାସ ପାଇଛି ।
ଗୋଲ୍ଡିନଙ୍କ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ବିଂଶ ଶତାବ୍ଦୀରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଉତ୍ତମ ଶିକ୍ଷା ହାସଲ କରିଛନ୍ତି ।ସମଗ୍ର ବିଶ୍ୱରେ ଅର୍ଥନୀତିର ଆଧୁନିକୀକରଣ ସତ୍ତ୍ୱେ ମହିଳାଙ୍କ ରୋଜଗାର ପୁରୁଷଙ୍କ ତୁଳନାରେ ବହୁତ କମ୍ ଅଟେ । ଯେଉଁ କ୍ଷେତ୍ରରେ ମହିଳାମାନେ କାର୍ଯ୍ୟ କରୁଛନ୍ତି ତାହା ସେମାନଙ୍କ ରୋଜଗାର ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ ।