ପୁରଷ୍କାର ଜଗତର ଦୁଇ ବାଦଶାହା ! ଦୁନିଆରେ କେବଳ ଏହି ଦୁଇଜଣ ବ୍ୟକ୍ତିଙ୍କ ପାଖରେ ରହିଛି ଉଭୟ ଅସ୍କାର ଏବଂ ନୋବେଲ୍ ପୁରଷ୍କାର ।

49

ଅସ୍କାର ଆୱାର୍ଡ ବିଷୟରେ ତ ଆପଣ ଜ୍ଞାତ ଥିବେ ଯଦି ବି ଜାଣିନାହାନ୍ତି ତେବେ ଜାଣିନିଅନ୍ତୁ । ସିନେମା କ୍ଷେତ୍ରରେ ଅସାଧାରଣ କାମ କଲେ ଅସ୍କାର ଆୱାର୍ଡ ମିଳିଥାଏ । ବିଭିନ୍ନ ବିଭାଗ ଯେଭଳି ଅଭିନୟ, ପ୍ରଯୋଜନା, ନିର୍ଦ୍ଧେଶନା, କାହାଣୀ ଆଦି କ୍ଷେତ୍ରରେ ଉଚ୍ଚକୋଟିର ପ୍ରଦର୍ଶନ କଲେ ଅସ୍କାର ଆୱାର୍ଡ ମିଳିଥାଏ । ସେହିପରି ସର୍ବୋଚ୍ଚ ସମ୍ମାନର ଆଧିପାତ୍ୟ ଗ୍ରହଣ କରିଥିବା ନୋବେଲ୍ ପୁରଷ୍କାର ଶାନ୍ତି, ସାହିତ୍ୟ, ରସାୟନ, ଚିକିତ୍ସା ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ଭଳି କ୍ଷେତ୍ରରେ ଭଲ ପ୍ରଦର୍ଶନ କଲେ ଦିଆଯାଇଥାଏ । ଏହି ଦୁଇ ଆୱାର୍ଡକୁ ନିଜ ନିଜ କ୍ଷେତ୍ରରେ ସର୍ବୋଚ୍ଚ ମଣାଯାଇଛି । ୧୯୦୧ ମସିହାରୁ ନୋବେଲ୍ ପୁରଷ୍କାର ଦିଆଯାଉଥିବାବେଳେ ୧୯୨୯ରେ ଅସ୍କାର ଆୱାର୍ଡର ଶୁଭାରମ୍ଭ ହୋଇଥିଲା । ଏତେ ବର୍ଷ ମଧ୍ୟରେ କେବଳ ଦୁଇଜଣ ବ୍ୟକ୍ତିତ୍ୱ ଥିଲେ ଯିଏ ଏହି ଦୁଇ ସର୍ବୋଚ୍ଚ ପୁରଷ୍କାରକୁ ହାତେଇବାରେ ସଫଳ ହୋଇଛନ୍ତି । ଏହି ଦୁଇ ମହାନୁଭବ ପୁରୁଷ ହେଲେ ଜର୍ଜ ବନାର୍ଡ ଶା ଏବଂ ବାବ୍ ଡିଲନ୍ । ଜର୍ଜ ବନାର୍ଡ ଶା

ଜର୍ଜ ବନାର୍ଡ ଶା ଜଣେ ନାଟକ ଲେଖକ ଥିଲେ, ଯେ ଫିଲ୍ମ ପାଇଁ କାହାଣୀ ଲେଖୁଥିଲେ । ଲେଖିବା ସହ ଆଲୋଚନା ଚକ୍ର ଏବଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରଚଣ୍ଡ ପାଣ୍ଡିତ୍ୟ ରହିଥିଲା । ୧୯୨୫ ମସିହାରେ ସାହିତ୍ୟ ପାଇଁ ତାଙ୍କୁ ନୋବେଲ୍ ପୁରଷ୍କାର ଦିଆଯାଇଥିଲା । ଏହାର ୧୩ ବର୍ଷ ପରେ ‘ପିଗମେଲିୟନ୍’ ଫିଲ୍ମର ସ୍କ୍ରିନ୍ ପ୍ଲେ ପାଇଁ ତାଙ୍କୁ ଅସ୍କାର ଆୱାର୍ଡରେ ମଧ୍ୟ ସମ୍ମାନିତ କରାଗଲା । ସେତେବେଳେ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୨୦୧୬ ପର୍ଯ୍ୟନ୍ତ ଜର୍ଜ ବନାର୍ଡ ଶା ଏହି ଦୁଇ ପୁରଷ୍କାର ପ୍ରାପ୍ତ ଏକାକୀ ବ୍ୟକ୍ତିତ୍ୱ ଥିଲେ କିନ୍ତୁ ତାଙ୍କ ସମକକ୍ଷ ହୋଇ ଠିଆ ହୋଇଗଲେ ବାବ୍ ଡିଲନ୍ । ବାବ୍ ଡିଲନ୍

ବାବ୍ ଡିଲନ୍ ହେଉଛନ୍ତି ଜଣେ ଆମେରିକୀୟ ଗାୟକ,ଲେଖକ ଏବଂ ଗୀତିକାର । ଜର୍ଜ ବନାର୍ଡ ଶାଙ୍କ ମୃତ୍ୟୁବେଳେ ବାବଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା । ୬୦ ଦଶକରେ ଆମେରିକାରେ କ୍ରସ୍ କଲଚର୍ ମୁଭମେଣ୍ଟ ଚାଲିଥିବା ସମୟରେ ସେ ଲୋକଙ୍କୁ ତାଙ୍କ ଗୀତର ଯାଦୁରେ ଏକପ୍ରକାର ପାଗଳ କରିଦେଇଥିଲେ । ବାବଙ୍କୁ ୨୦୦୦ ମସିହାରେ ‘ୱାଣ୍ଡର ବଏଜ୍’ ଫିଲ୍ମର ଗୀତ ଥିଙ୍ଗସ୍ ହାଭ୍ ଚେଞ୍ଚ୍ ରୁ ବେଷ୍ଟ ଓରିଜନାଲ୍ ସଙ୍ଗ୍ କାଟେଗୋରୀରେ ଅସ୍କାର ଆୱାର୍ଡ ପ୍ରାପ୍ତ ହୋଇଥିଲା । ସାହିତ୍ୟ କ୍ଷେତ୍ରରେ ବାବଙ୍କୁ ୧୩ ଅକ୍ଟୋବର ୨୦୧୬ ମସିହାରେ ନୋବେଲ୍ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା ।