ଜିରୋ ନାଇଟ ଉପରେ ଲାଗିଲା କଟକଣା : ହୋଟେଲ, କ୍ଲବ ଓ କଲ୍ୟାଣ ମଣ୍ଡପରେ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ ଲଗାଇଲା ବିଏମସି

193

କନକ ବ୍ୟୁରୋ :  ରାଜଧାନୀରେ ଜିରୋ ନାଇଟରେ ଲାଗିଲା କଟକଣା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଟକଣା ଲାଗୁ କରାଯାଇଛି । ହୋଟେଲ, କ୍ଲବ ଓ କଲ୍ୟାଣ ମଣ୍ଡପରେ ଜିରୋ ନାଟଇ ସେଲିବ୍ରେସନ ହୋଇପାରିବ ନାହିଁ । ଜନସମାଗମ ଉପରେ ବିଏମସି ପକ୍ଷରୁ ରୋକ ଲଗାଯାଇଛି ।

ହୋଟେଲ,କ୍ଲବ ନଯାଇ ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସି ପରାମର୍ଶ ଦେଇଛନ୍ତି । ଡିସେମ୍ବର ୩୧ ଜିରୋନାଇଟ ଓ ଜାନୁଆର ୧ ନୂଆବର୍ଷରେ ଟୁଇନସିଟିରେ ପୁଲିସ ପହରା ମାରିବ । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯିବା ସହ ନାକାବନ୍ଦୀ କରାଯିବ । ଭିଡକୁ ନିୟନ୍ତ୍ରଣ ପାଇଁ ସୁରକ୍ଷା କଡାକଡା କରାଯିବ ବୋଲି ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ।