ଆନ୍ଦୋଳନରତ କର୍ମଚାରୀଙ୍କ ପାଇଁ ସରକାରଙ୍କ କଡା ଆଭିମୁଖ୍ୟ । କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ ପାଇଁ ସରକାରଙ୍କ ନିଷ୍ପତି

73

କନକ ବ୍ୟୁରୋ : ଆନ୍ଦୋଳନରତ କର୍ମଚାରୀଙ୍କ ପାଇଁ କଠୋର ହେଲେ ରାଜ୍ୟ ସରକାର । କାମ ନାହିଁ ତ ଦରମା ନାହିଁ । ଆନ୍ଦୋଳନରତ କର୍ମଚାରୀଙ୍କ ପାଇଁ ସରକାର ରଖିଛନ୍ତି ଏପରି କଡା ଆଭିମୁଖ୍ୟ । ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବା କର୍ମଚାରୀଙ୍କ ପ୍ରତି କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

 

ପ୍ରାଥମିକ ପର୍ଯ୍ୟାୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିୟମ ଲାଗୁ କରିଛି । ଆନ୍ଦୋଳନ ଚଳାଇଥିବା ଶିକ୍ଷକ ଓ ଅଧ୍ୟାପକମାନେ କାମରେ ଯୋଗ ନଦେଲେ ଦରମା ବନ୍ଦ କରିବାକୁ ବିଭାଗ ନିଷ୍ପତି ନେଇଛି । କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

 

ଚିଠି ମାଧ୍ୟମରେ ଏହି ନିର୍ଦ୍ଦେଶ ଦିଆଯାଇଛି । ତେବେ ଏକମାସ ହେଲାଣି ଶିକ୍ଷକମାନେ ନିଜର ଦାବୀ ପୂରଣ କରିବା ପାଇଁ ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି । ବାରମ୍ବାର ଆଲୋଚନା ହେବା ପରେ ମଧ୍ୟ କୌଣସି ଲାଭ ହୋଇନାହିଁ । ତେଣୁ ଅନେକ ବିଦ୍ୟାଳୟରେ ପାଠପଢା ସାଘାଂତିକ ଭାବରେ ପ୍ରଭାବିତ ହେଉଛି । ହେଲେ ଶିକ୍ଷତମାନେ ନିଜ ଜିଦରେ ଅଟଳ ରହିବା ସହ ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ସରକାର ପୂରଣ କରିନାହାନ୍ତି ସେ ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗ ଦେବା ପାଇଁ ମନା କରିଦେଇଛନ୍ତି ।

 

ପ୍ରାୟ ମାସେ ହେଲାଣି ଆନ୍ଦୋଳନ ଚାଲୁଥିବାରୁ ଅନେକ ବିଦ୍ୟାଳୟରେ ପାଠପଢା ଠପ ହୋଇଯାଇଛି ତେଣୁ ସରକାର ସେମାନଙ୍କ ଦରମା ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏହାସହ କହିଛନ୍ତି ଯେ, କାମରେ ସାମିଲ ହେଉ ନାହାନ୍ତି ତେଣୁ ଦରମା ବନ୍ଦ କରାଯାଇଛି । କାମ କଲେ ଦରମା ମିଳିବ ବୋଲି ରାଜ୍ୟ ସରକାରସ୍ପଷ୍ଟ କହିଛନ୍ତି ।