ଭାରତର ଏଭଳି ଏକ ଗାଁ ! ଯେଉଁଠାରେ ୪ଶହ ବର୍ଷ ହେଲାଣି ଜନ୍ମ ହୋଇ ନାହାଁନ୍ତି କୌଣସି ଶିଶୁ ।

Advertisment
ଭାରତର ଏଭଳି ଏକ ଗାଁ ! ଯେଉଁଠାରେ ୪ଶହ ବର୍ଷ ହେଲାଣି ଜନ୍ମ ହୋଇ ନାହାଁନ୍ତି କୌଣସି ଶିଶୁ ।

image courtesy - www.amarujala.com

ବର୍ଷେ କି ଦୁଇ ବର୍ଷ ନୁହେଁ, ଗତ ୪ଶହ ବର୍ଷ ମଧ୍ୟରେ କୌଣସି ମହିଳା ଗାଁରେ କୌଣସି ଶିଶୁଙ୍କୁ ଜନ୍ମ ଦେଇ ନାହାଁନ୍ତି । ଠାକୁରାଣୀଙ୍କ ଅଭିଶାପ ଭୟରେ କୌଣସି ଆସନ୍ନ ପ୍ରସବା ଗାଁରେ ଶିଶୁ ଜନ୍ମ ଦେଇ ନ ଥାନ୍ତି । ଆଉ ଲୋକଙ୍କ ଅନ୍ଧବିଶ୍ୱାସ ସହିତ କାକତାଳିକ ନ୍ୟାୟରେ ଯଦି କୌଣସି ଶିଶୁ ଗାଁରେ ଜନ୍ମ ହୋଇଛି ତେବେ ସେ ବିକଳାଙ୍ଗ ଭାବେ ଜନ୍ମ ହୋଇଛି ଅଥବା ଜନ୍ମ ପରେ ମୃତ୍ୟୁ ବରଣ କରିଛି। ତେଣୁ ପରିସ୍ଥିତି ଏମିତି ହୋଇଛି ଯେ ଗାଁ ବାହାରେ ଗାଁ ଲୋକେ ଏକ ଘର ତିଆରି କରିଛନ୍ତି । ଗ୍ରାମର ୯୦ ପ୍ରତିଶତ ମହିଳାଙ୍କର ଡେଲିଭରୀ ଡାକ୍ତରଖାନାରେ ହୋଇଥାଏ । ମାତ୍ର ଯଦି କୌଣସି ଜରୁରି ପରିସ୍ଥିତି ଯୋଗୁଁ କୌଣସି ମହିଳାଙ୍କୁ ଡାକ୍ତରଖାନା ନିଆଯାଇ ପାରିଲା ନାହିଁ, ତେବେ ଗାଁ ବାହାରେ ଥିବା ଏହି ସ୍ୱତନ୍ତ୍ର ଗୃହକୁ ତାଙ୍କୁ ନିଆଯାଏ ଓ ସେଠାରେ ସେ ଅନ୍ୟ ମହିଳା ଓ ସେବିକାଙ୍କ ସହାୟତାରେ ଶିଶୁ ଜନ୍ମ ଦେଇଥାନ୍ତି ।

publive-image

ଭୋପାଳ ଠାରୁ ୧୩୦ କିଲୋମିଟର ଦୂର ଶ୍ୟାମ ଜୀ ଗାଁରେ ଘଟୁଛି ଏଭଳି ଅବିଶ୍ୱସନୀୟ ଘଟଣା । ପାଖାପାଖି ୪ଶହ ବର୍ଷ ହେବ ଏଭଳି ଘଟିଆସୁଥିବାବେଳେ ଗାଁଲୋକେ ମଧ୍ୟ ଏହାକୁ ନିଜ ଭାଗ୍ୟ ଆଉ ଅଭିଶପ୍ତ ଭାବି ନେଇଛନ୍ତି । ତେବେ ଏ ପ୍ରକାର ପରମ୍ପରା ବା ଚଳଣି ନେଇ କୌଣସି ଲିଖିତ ନିୟମ ନ ଥିବା ବେଳେ ବିଗତ ୪ଶହ ବର୍ଷ ଧରି ଏପରି ହୋଇ ଆସୁଥିବା ଗାଁ ସରପଞ୍ଚ ଓ ବୟସ୍କ ଲୋକେ କହିଛନ୍ତି।

ଗାଁର ସରପଞ୍ଚ ନରେନ୍ଦ୍ର ଗୁର୍ଜରଙ୍କ କହିବା ଅନୁଯାୟୀ, ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଡାକ୍ତରଖାନାରେ ଶିଶୁଙ୍କ ଜନ୍ମ ଦେଇଥାନ୍ତି।ତେବେ ଜରୁରୀ କାଳୀନ ସ୍ଥିତି ଯଥା ବର୍ଷା ,ବାତ୍ୟା ପରି ଦୈବ ଦୁର୍ବିପାକ ସମୟରେ ପରିସ୍ଥିତିର ମୁକାବିଲା ପାଇଁ ଗାଁ ବାହାରେ ଗାଁ ଲୋକେ କେତୋଟି ଘର ଘର ତିଆରି କରିଛନ୍ତି। ଯେଉଁଠାକୁ ପ୍ରସବାଙ୍କୁ ନିଆଯାଏ ଓ ସେ ସେଠାରେ ଶିଶୁ ଜନ୍ମ ଦେଇଥାନ୍ତି। ଏ ପ୍ରକାର ଏକ ଅଜବ କାର୍ୟ୍ୟ ସମ୍ପର୍କରେ ଶ୍ରୀ ଗୁର୍ଜର କହିଛନ୍ତି, ଯେ ପ୍ରାୟ ୪ଶହ ବର୍ଷ ତଳେ ଗାଁରେ ଦେବୀ ମାଆଙ୍କ ମନ୍ଦିର ତୋଳାଯାଉଥିବା ବେଳେ ଜଣେ ମହିଳା ଏଥିରେ ବାଧା ସୃଷ୍ଟି କରିଥିଲେ। ଏଥିପାଇଁ ଦେବୀ ମାଆଙ୍କ ଅଭିଶାପ ଯୋଗୁଁ ଗାଁରେ ଜନ୍ମଲାଭ କରୁଥିବା ଶୁଶୁ ବିକଳାଙ୍ଗ ହେଉଥିବାରୁ ଗାଁ ଲୋକେ ଗାଁ ବାହାରେ ସେମାନଙ୍କ ସନ୍ତାନ ଜନ୍ମର ବ୍ୟବସ୍ଥା କରିଥାନ୍ତି। ସେହିପରି ଗାଁର ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ଯେ ଗାଁ ପ୍ରତି ଦେବୀମାଆଙ୍କ ଆଶୀର୍ବାଦ ମଧ୍ୟ ରହିଛି। ଗାଁର କେହି ମଦ୍ୟପାନ କରନ୍ତି ନାହିଁ କିମ୍ବା ଆମିଷ ମଧ୍ୟ ଭୋଜନ କରନ୍ତି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe