ପାଣି ନାହିଁ ତ ଭୋଟ ନାହିଁ : ଜଳ ପାଇଁ ଅଭିଶପ୍ତ ଜୀବନ କାଟୁଛନ୍ତି ବୋଲଗଡ଼ ଗର୍ଭଣିପଡ଼ାର ୬୦ରୁ ଅଧିକ ପରିବାର

Advertisment
ପାଣି ନାହିଁ ତ ଭୋଟ ନାହିଁ : ଜଳ ପାଇଁ ଅଭିଶପ୍ତ ଜୀବନ କାଟୁଛନ୍ତି ବୋଲଗଡ଼ ଗର୍ଭଣିପଡ଼ାର ୬୦ରୁ ଅଧିକ ପରିବାର

କନକ ବ୍ୟୁରୋ : ପାଣି ନାହିଁ ତ ଭୋଟ ନାହିଁ । ଜଳ ପାଇଁ ଅଭିଶପ୍ତ ଜୀବନ କାଟୁଛନ୍ତି ବୋଲଗଡ଼ ଗର୍ଭଣିପଡ଼ାର ୬୦ରୁ ଅଧିକ ପରିବାର । ଗାଁରେ ବିକାଶ ପାଲଟିଛି ସାତସପନ । ବୃନ୍ଦେ ପାଣି ପାଇଁ ଲୋକଙ୍କୁ ଚାଲିବାକୁ ପଡ଼ୁଛି ୨ କିଲୋମିଟର ବାଟ ।

ଖୋଲା କୂଅ ଓ ପୋଖରୀ ଗାଁ ଲୋକଙ୍କ ଏକମାତ୍ର ଭରସା ପାଲଟିଛି । ପ୍ରଶାସନ ପାଖରେ ଅନେକ ଗୁହାରୀ ପରେ ୮ ବର୍ଷ ତଳେ ପ୍ରଶାସନ ପକ୍ଷରୁ ଏକ ନଳକୂପ ବସିଥିଲା । ହେଲେ ନଳକୂପର ପାଣି ବ୍ୟବହାର ଉପଯୋଗୀ ହୋଇପାରୁନି । କୂଅ, ପୋଖରୀର ପାଣି ପିଇ ଗାଁଲୋକ ନାନା ରୋଗର ଶିକାର ମଧ୍ୟ ହେଉଛନ୍ତି । ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣ ନକଲେ ଭୋଟ ବର୍ଜନ ଗାଁ ଲୋକ ନିଷ୍ପତି ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe