ପାଣି ନାହିଁ ତ ଭୋଟ୍ ନାହିଁ: ସମସ୍ୟାର ସମାଧାନ ନେହେଲେ ଭୋଟ୍ ବର୍ଜନ

51

କନକ ବ୍ୟୁରୋ: ପାଣି ନାହିଁ କି ରାସ୍ତା ନାହିଁ । ତା ସାଙ୍ଗକୁ ଭୋଟ୍ ବି ନାହିଁ । ବାରମ୍ବାର ଅଭିଯୋଗ କରିବା ପରେ ନିରାଶ ହୋଇଥିବା ଗାଁର ଲୋକ ଏବେ ଭୋଟ୍ ନଦେବାକୁ ଚେତବାନୀ ଦେଇଛନ୍ତି । ଗଜପତି ଜିଳ୍ଲା ଭଳି ଦୁର୍ଗମ ଅଂଚଳ ବାଚାମ ଗାଁରେ । ପ୍ରାୟ ୩୦ରୁ ଅଧିକ ପରିବାର ରହୁଥିବା ବେଳେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଦୀର୍ଘ ବର୍ଷ ହେବ ଗାଁରେ ପିଇବା ପାଣିରୁ ନେଇ ଗମନା ଗମନା ସମସ୍ୟା ଲାଗି ରହିଛି । ଲୋକମାନେ ମଧ୍ୟ ସମସ୍ୟା ଜଣାଇଛନ୍ତି । ହେଲେ କୌଣସି ସମସ୍ୟାର ସମାଧାନ ହୋଇପାରିନି । ଏଥର ଲୋକେ ଏକାଠି ହୋଇ ନିଷ୍ପତି ନେଇଛନ୍ତି । ଗାଁରେ କୌଣସି ନେତାଙ୍କୁ ପୁରାଇ ଦେବୁନି କି କାହାକୁ ଭୋଟ୍ ଦେବୁନି । କାମ ନହେଲେ ଚଳିତଥର ଭୋଟ୍ ବର୍ଜନ କରିବାକୁ ଚେତବାନୀ ଦେଇଛନ୍ତି ।