ମହାଶିବରାତ୍ରୀରେ ଟି-ସେତୁରେ ଯାନବାହାନ ଚଳାଚଳ ବନ୍ଦ । ଉଚ୍ଚସ୍ତରୀୟ ବୈଠକରେ ନିଆଗଲା ନିଷ୍ପତି

218

କନକ ବ୍ୟୁରୋ: ମହାଶିବରାତ୍ରୀ ପାଇଁ ଆଠଗଡ ସିଂହନାଥ ପୀଠର ଟି-ସେତୁରେ ଯାନବାହାନ ଚଳାଚଳ ବନ୍ଦ ରହିବ । ୧୮ ତାରିଖ ଭୋର ୪ଟାରୁ ୧୯ ତାରିଖ ସକାଳ ୭ଟା ଯାଏଁ ଟି-ସେତୁ ଦେଇ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ । ଏହି ସେତୁ ଦେଇ ପ୍ରଶାସନ ପକ୍ଷରୁ ବାଉଁଶ ବାରିକେଡ କରାଯିବା ସହ ଉଭୟ ପଟର ୧୦ କିଲୋମିଟର ପରିଧି ଭିତରେ ଗାଡି ଚଳାଚଳ ବନ୍ଦ ରହିବ । ଜାଗର ଉପଲକ୍ଷେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଛି । ସାଧାରଣ ଭକ୍ତଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ପାଇଁ ବି ନିଷ୍ପତି ହୋଇଛି ।