କନକ ବ୍ୟୁରୋ: ସମଲିଙ୍ଗୀ ବିବାହକୁ କେନ୍ଦ୍ରର ନା’ । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରିଛନ୍ତି । ଏହା ଭାରତୀୟ ପରିବାର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସତ୍ୟାପାଠରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର । ସମଲିଙ୍ଗୀ ବିବାହକୁ ଭାରତୀୟ ବିବାହ ପରମ୍ପରା ସହିତ ତୁଳନା କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି । ୫୬ ପୃଷ୍ଠାର ଏହି ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି, ସୁପ୍ରିମକୋର୍ଟ ଓ ହାଇକୋର୍ଟ ଏକାଧିକ ମାମଲାର ଶୁଣାଣି କରି ବ୍ୟକ୍ତିଗତ ସ୍ୱାଧୀନତାର ବ୍ୟାଖ୍ୟା କରିଛନ୍ତି ।
ତେବେ ସମଲିଙ୍ଗୀ ବିବାହ ଭାରତୀୟ ପରମ୍ପରାର ବିରୋଧୀ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି । ସମାଜରେ କେବଳ ପୁରୁଷ ଓ ମହିଳାଙ୍କ ବିବାହକୁ ଅନୁମତି ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର । ସମଲିଙ୍ଗୀ ବିବାହକୁ ମାନ୍ୟତା ଦିଆନଗଲେ, ଏହା ମୌଳିକ ଅଧିକାରର ଉଲ୍ଲଂଘନ ହେବ ନାହିଁ ବୋଲି ଦର୍ଶାଇଛନ୍ତି କେନ୍ଦ୍ର ସରକାର । ସମଲିଙ୍ଗୀ ବିବାହ ପାଇଁ ଆଇନଗତ ବୈଧତା ମାଗୁଥିବା ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ ।
Follow Us