ଚୀନ କମ୍ପାନୀକୁ ମିଳିଲା ଦିଲ୍ଲୀ-ମିରଟ୍ ରେଳ ଲାଇନ ନିର୍ମାଣର ଠିକା । ପୂର୍ବବର୍ଷ ଏହି ଠିକା କମ୍ପାନୀ ଉପରେ ସରରକାର ଲଗାଇଥିଲେ ରୋକ୍ । ୧.୧୨୬ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କଲା ସିଆରଟିସି

313

କନକ ବ୍ୟୁରୋ : ବୟକଟ୍ ଚାଇନା, ଚାଇନା କମ୍ପାନୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମୋବାଇଲ ଆପ୍ ବ୍ୟାନ, ଏସବୁ କେବଳ ଲୋକ ଦେଖାଣିଆ । ଏକଥା ଆମେ ଏଇଥି ପାଇଁ କହୁଛୁ କି ଯେତେବେଳେ ଚୀନର ସେନାମାନେ ଆମଦେଶର ୨୦ ଜଣ ସୈନିକଙ୍କୁ ନିର୍ମମ ଭାବେ ହତ୍ୟା କଲେ ତା’ପରେ ଭାରତ ସରକାର ଚୀନର ବିଭିନ୍ନ ସାମଗ୍ରୀ ଓ ମୋବାଇଲ ଆପ୍ କୁ ବ୍ୟାନ କରି ପ୍ରମାଣ କରିଥିଲେ କି ଆମେ ବି ଚାଇନା ଉପରେ ପ୍ରତିଶୋଧ ନେଇପାରୁ । ହେଲେ ଏବେ ଜାତୟ ଗଣମାଧ୍ୟମର ଖବର ମୁତାବକ ଏକ ଚୀନ କମ୍ପାନୀକୁ ଭାରତ ସରକରା ଏକ ଭୂତଳ ରେଳ ଲାଇନ ନିର୍ମାଣ କରିବା ପାଇଁ ଠିକା ଦେଇଛନ୍ତି ।
ସୂଚନା ମୁତାବକ ଏନସିଆରଟି ଦ୍ୱାରା ଦେଶର ପ୍ରଥମ ଆଞ୍ଚଳିକ ରାପିଡ୍ ରେଲ ଟ୍ରାନଜିଟ୍ ସିଷ୍ଟମ ବା (ଆରଆରଟିଏସ୍) ର ବିକାଶ କରାଯାଉଛି  । ଏହି କ୍ରମରେ ନ୍ୟୁ ଅଶୋକ ନଗରୁ ଗାଜିଆବାଦର ସାହିବାବାଦ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ୫.୬ କିଲୋମିଟର ଭୂତଳ ରେଳ ଲାଇନ ନିର୍ମାଣ କରିବାର ଠିକା ସରକାର ଚୀନ ସାଂଘାଇର ଟର୍ନଲ ଇଂଜିନିୟରିଂ କମ୍ପାନୀକୁ ଦେଇଛନ୍ତି । କହିରଖୁ କି ଗତବର୍ଷ ଜାରି ରହିଥିବା ଭାରତ –ଚୀନ୍ ବିବାଦ ମଧ୍ୟରେ ଏହି କମ୍ପାନୀର ଠିକା ଉପରେ ସରକାର ରୋକ୍ ଲଗାଇଥିଲେ ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସିଆରଟିସି କହିଛନ୍ତି କି ନିର୍ଦ୍ଧାରିତ ପ୍ରକ୍ରିୟା ଓ ନିର୍ଦ୍ଦେଶ ମୁତାବକ ଚୁକ୍ତି ପ୍ରଦାନ କରାଯାଇଛି । ଏହାସହ ଅନେକ ସ୍ତରରେ ଚୁକ୍ତି ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ଠିକା କମ୍ପାନୀକୁ ଅନେକ ଏଜେନ୍ସି ଦ୍ୱାରା ପାଣ୍ଠି ପ୍ରଦାନ କରାଯାଉଛି । ବିଡ୍ ନିର୍ଦ୍ଦାରିତ ପ୍ରକ୍ରିୟା ଓ ନିର୍ଦ୍ଦେଶ ମୁତାବକ ବି ଦିଆଯାଇଛି । ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଓ ସଠିକ୍ ସମୟରେ ପ୍ରକଳ୍ପଟି କାର୍ଯ୍ୟକାରୀ ହେବ ।
ଏହି ଯୋଜନା ମାଧ୍ୟମରେ ଦିଲ୍ଲୀ ଓ ମିରଟ ମଧ୍ୟରେ ସେମି ହାଇ ସ୍ପିଡ୍ ରେଳ କରିଡର ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ମାଧ୍ୟମରେ ଦିଲ୍ଲୀ, ଗାଜିଆବାଦ ମଧ୍ୟରେ ମିରଟ୍ କୁ ସଂଯୋଗ କରାଯିବ । ଏହି ପ୍ରକଳ୍ପ ମାଧ୍ୟମରେ ମୋଟ ୮୨.୧୫ କିଲୋମିଟର ରେଳ କରିଡର ନିର୍ମାଣ କରାଯିବ । ଯାହା ମଧ୍ୟରେ ୬୮.୦୩ କିଲୋମିଟର କରିଡର ମାଟି ଉପରେ ନିର୍ମାଣ କରାଯିବାକୁ ଥିବା ବେଳେ ୧୪.୧୨ କିଲୋମିଟର କରିଡର ଭୂତଳରେ ରହିବ । ଏନେଇ ଭୂମିର ବିସ୍ତାର କରିବା କାମ ଚାଇନା କମ୍ପାନୀକୁ ଠିକା ଦିଆଯାଇଛି ।
ଏହି ପ୍ରୋଜେକ୍ଟର ଠିକା ନେବା ପାଇଁ ମୋଟ ୫ ଟି କମ୍ପାନୀ ଟେଣ୍ଡର ପକାଇଥିଲେ । ଏହା ମଧ୍ୟରେ ଚୀନ କମ୍ପାନୀ ଏସଟିଇସି ସବୁଠାରୁ କମ୍ ୧.୧୨୬ କୋଟି ଟଙ୍କାରେ କାମ କରିଦେବ ବୋଲି କହିଥିଲା । ଏହାସହ ଭାରତୀୟ କମ୍ପାନୀ ଏଲ ଆଣ୍ଡ ଟି କମ୍ପାନୀ ୧.୧୭୦ କୋଟି ଟଙ୍କାର ଟେଣ୍ଡର ପକାଇଥିଲା । ଏହାସହ ଅନ୍ୟ ଦୁଇ ଭାରତୀୟ କମ୍ପାନୀ ଟାଟା ପ୍ରୋଜେକ୍ଟସ୍ ଓ ଏସକେଇସି କମ୍ପାନୀ ୧.୩୪୬ କୋଟି ଟଙ୍କାର ଟେଣ୍ଡର ପକାଇଥିଲା ।