ଉତ୍ତରପ୍ରଦେଶର କାସଗଞ୍ଜରେ ଗତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ଯାତ୍ରା ସମୟରେ ଦଙ୍ଗା ଭଳି ପରିସ୍ଥିତି ଉପୁଜିଥିଲା । ଚଳିତବର୍ଷ ପ୍ରଶାସନ ହିଂସାରୁ ବଞ୍ôଚବା ପାଇଁ ତ୍ରିରଙ୍ଗା ଯାତ୍ରାର ଅନୁମତି ଦେବା ପାଇଁ ବାରଣ କରିଛନ୍ତି । ତ୍ରିରଙ୍ଗା ଯାତ୍ରାର ଅନୁମତି ନ ମିଳିବା କାରଣରୁ ଅନେକ ସଂଗଠନ ଏଥିପାଇଁ ଉଦାସ ଅଛନ୍ତି । ତାଙ୍କ କହିବା ଅନୁସାରେ ପ୍ରଶାସନ ତାଙ୍କୁ ତ୍ରିରଙ୍ଗା ଯାତ୍ରା ବାହାର କରିବା ପାଇଁ ଅନୁମତି ଦେଇନଥିଲେ ହେଁ ସେମାନେ ତ୍ରିରଙ୍ଗା ଯାତ୍ରା ବାହାର କରିବେ ।
କାସଗଞ୍ଜ ଡିଏମ୍ ଆରପି ସିଂହଙ୍କ କହିବାନୁସାରେ ଆଇନ୍ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ପ୍ରଶାସନ କୌଣସି ବି ସଂଗଠନକୁ ୨୬ ଜାନୁଆରୀରେ ତ୍ରିରଙ୍ଗା ଯାତ୍ରା ବାହାର କରିବାକୁ ଅନୁମତି ଦେଇନାହାନ୍ତି । ସେ କହିଛନ୍ତି ଯେ ତ୍ରିରଙ୍ଗା ଯାତ୍ରା ବାହାର କରିବାର କୌଣସି ପରମ୍ପରା ନାହିଁ । ଏହା କିଛି ଲୋକ ନିକଟରେ ବାହାର କରିଥିଲେ । ସଂକଳ୍ପ ଫାଉଣ୍ଡେସନ୍ ତରଫରୁ ଗତବର୍ଷ ବାଇକ୍ ରାଲି ବାହାର କରାଯାଇଥିଲା । ଯାହାପରେ ହଙ୍ଗାମା ଆରମ୍ଭ ହୋଇଥିଲା । ସେମାନଙ୍କୁ ବି ଏଥର ତ୍ରିରଙ୍ଗା ଯାତ୍ରା ପାଇଁ ଅନୁମତି ମିଳିନାହିଁ ।
କାସଗଞ୍ଜ ହିଂସାର ଅଭିଯୁକ୍ତ ବିଶାଳ ଠାକୁର ଏବଂ ହିଂସାରେ ଜୀବନ ହାରିଥିବା ଚନ୍ଦନ ଗୁପ୍ତା ଦୁଇଜଣ ସଂକଳ୍ପ ଫାଉଣ୍ଡେସନ୍ ର ସଦସ୍ୟ ଅଟନ୍ତି । ୨୬ ଜାନୁଆରୀ ୨୦୧୮ ତାରିଖରେ ଏହି ଫାଉଣ୍ଡେସନ୍ ର ତ୍ରିରଙ୍ଗା ଯାତ୍ରା ସମୟରେ ଦୁଇପକ୍ଷ ମଧ୍ୟରେ ସଂଘର୍ଷ ହୋଇଯାଇଥିଲା । ବିବାଦ ସମୟରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ଚନ୍ଦନ ଗୁପ୍ତାକୁ ଗୁଳି ବାଜିବା ଯୋଗୁଁ ସେ ମୃତ୍ୟୁବରଣ କରିଥିଲେ । ଏହା ପରଠାରୁ ହିଂସା ଅଧିକ ବଢିଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/Capture-26.jpg)
/kanak/media/post_attachments/wp-content/uploads/2019/01/kasganj-RAF1-300x200.jpeg)
/kanak/media/post_attachments/wp-content/uploads/2019/01/i-1534176833-300x181.jpeg)