ବିଜେଡିରୁ ମିଳିଲାନି ଟିକେଟ୍: ରାତାରାତି ଦଳ ବଦଳାଇଲେ ନେତା 

Advertisment
ବିଜେଡିରୁ ମିଳିଲାନି ଟିକେଟ୍: ରାତାରାତି ଦଳ ବଦଳାଇଲେ ନେତା 

କନକ ବ୍ୟୁରୋ: ପୂରଣ ହେଲା ନାହିଁ ଆଶା । ମିଳିଲା ନାହିଁ ଟିକେଟ୍ । ରାତି ଅଧିଆ ବଦଳିଗଲା ଦଳ । ରାତାରାତି ବିଜେଡି ଛାଡି ବିଜେପିରେ ମିଶିଛନ୍ତି କୈଳାସ କୁଲେସିକା । ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଗେରୁଆ ଟୋପି ପିନ୍ଧିଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ । ଗତକାଲି ଲକ୍ଷୀ୍ମପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରଭୁ ଜାନୀଙ୍କ ନାଁ ଘୋଷଣା କରିବା ପରେ ଦଳରୁ ଇସ୍ତଫା ଦେଇଥିଲେ କୈଳାଶ କୁଲେସିକା । ଏବଂ କ÷ଳାସ ବିଜେପିରେ ଯୋଗ ଦେବା ପରେ ଲକ୍ଷ୍ମୀପୁର ରାଜନୀତି ଗୋଳମାଳିଆ ହୋଇଛି ।

କୋରାପୁଟ୍ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା ଏହି ଫୋଟୋ ଭାଇରାଲ ହେବା ପରେ ଆଉ କିଛି ବୁଝିବାକୁ ବାକିନଥିଲା । ପ୍ରଥମେ ଫଟୋ ଆସିଲା । ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେଲେ କୈଳାସ କୁଲେସିକା । ଲକ୍ଷୀ୍ମପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରଭୁ ଜାନୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳରୁ ଇସ୍ତଫା ଦେଇଥିଲେ କୈଳାଶ କୁଲେସିକା । ଏହାପରେ ରାତାରାତି ଦଳ ବଦଳ କରି ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ସେ ଗେରୁଆ ଟୋପି ପିନ୍ଧିଛନ୍ତି ।

ବିଜେଡିରୁ ଇସ୍ତଫା ଦେବା ପରେ ଅସନ୍ତୋଷ ଝାଡିଛନ୍ତି କୈଳାସ କୁଲେସିକା । କହିଛନ୍ତି ଦଳ ତାଙ୍କ କଠିନ ପରିଶ୍ରମର ମୂଲ୍ୟ ବୁଝି ପାରିଲା ନାହିଁ । ଆଗକୁ ଲକ୍ଷ୍ମୀପୁରରୁ ପ୍ରଭୁ ଜାନୀଙ୍କ ବିରୋଧରେ ନିର୍ବାଚନ ଲଢିବେ । ଅନ୍ୟପଟେ ପ୍ରଭୁ ଜାନୀ କହିଛନ୍ତି କୈଳାସ ତାଙ୍କ ବଡ ଭାଇ ଭଳି, ତେଣୁ କିଛି କହିବାକୁ ଚାହୁଁ ନାହିଁ ।

କୈଳାସ କୁଲେସିକା ବିଜେଡି ଛାଡି ପଦ୍ମ ଧରିବା ପରେ ଲକ୍ଷ୍ମୀପୁର ରାଜନୀତି ସରଗରମ ହୋଇଛି । 

୨୦୧୪ରେ କଂଗ୍ରେସ ଟିକେଟରେ ଲକ୍ଷ୍ମୀପୁର ବିଧାୟକ ହୋଇଥିଲେ କୈଳାସ କୁଲେସିକା

୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିକୁ ଆସିଥିଲେ କୈଳାସ

୨୦୧୯ରେ ବିଜେଡି ଟିକେଟରେ ନିର୍ବାଚନ ଲଢି ୨୫୦ ଖଣ୍ଡ ଭୋଟରେ ହାରିଥିଲେ 

କୈଳାସ ବିଜେପିରେ ଯୋଗ ଦେବା ପରେ ଲକ୍ଷ୍ମୀପୁର ରାଜନୀତିରେ ଏକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । 

ବିଜେପିରେ କୈଳାସଙ୍କ ବିରୋଧରେ ସ୍ୱର ଉଠିିଥିବା ବେଳେ ବିଜେଡିରେ ବାରମ୍ବର ପ୍ରାର୍ଥୀ ବଦଳ ଯୋଗୁଁ କର୍ମୀଙ୍କ ମନରେ ଅସନ୍ତୋଷ ବଢିଛି । 

ପ୍ରଥମ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ସମସ୍ତ ନିର୍ବାଚନମଣ୍ଡଳି ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ଚର୍ଚ୍ଚା ହେଉଛି, ଅନ୍ୟ ଦଳର ଅସନ୍ତୁଷ୍ଟ ନେତାଙ୍କୁ ଅପେକ୍ଷା କରିଛି ଦଳ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe