ଡ୍ରାଇଭିଂ ଲାଇସେନ୍ସକୁ ଆସିଲା ବଡ ଖବର । ଆରଟିଓରେ ଟେଷ୍ଟ ନଦେଇ ବି ପାଇପାରିବେ ଡିଏଲ୍ । ପଢନ୍ତୁ କଣ ରହିଛି ସରକାରଙ୍କ ନୂଆ ନିୟମ?

543

କନକ ବ୍ୟୁରୋ: ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିଛି ବଡ ଖବର । ଏଣିକି ଲାଇସେନ୍ସ ପାଇଁ ଆଉ ଲୋକଙ୍କୁ ଆରଟିଓ ଚକ୍କର କାଟିବାକୁ ପଡିବ ନାହିଁ । କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସ ନିୟମରେ ପରିବର୍ତ୍ତନ କରିବା ସହିତ ଏହି ନୂଆ ନିୟମ ଜାରି କରିଛନ୍ତି ।

ନୂଆ ନିୟମ ମୁତାବକ, ଏବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ଲୋକ ଆରଟିଓ ଯାଇ ସେଠାରେ ଡ୍ରାଇଭିଂ ଟେଷ୍ଟ ଦେବା ବାଧ୍ୟତାମୂଳକ ନୁହେଁ । ବଂର ଏହା ବଦଳରେ ଜଣେ ବ୍ୟକ୍ତି ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ରେଜିଷ୍ଟ୍ରେସନ କରିବା ସହିତ ସେଠାରେ ଟ୍ରେନିଂ ନେବେ  । ସେଠାରୁ ଡ୍ରାଇଭିଂ ଟ୍ରେନିଂ ପାସ୍ କରିବା ପରେ ସେଠାରୁ ମିଳିଥିବା ସାର୍ଟିଫିକେଟ ଆଧାରରେ ଜଣେ ବ୍ୟକ୍ତି ଆରଟିଓରୁ ନିଜର ଲାଇସେନ୍ସ ପାଇପାରିବେ ।

ଏହାଫଳରେ ଅନେକ ବ୍ୟକ୍ତିଙ୍କୁ ଆଉ ଆରଟିଓରେ ଲାଇନ ଲାଗିବାକୁ ପଡିବ ନାହିଁ । ଲୋକମାନେ ଅତି ସହଜରେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ବନେଇପାରିବେ । ଖାଲି ସେତିକି ନୁହେଁ, କୋଭିଡ୍ କାଳରେ ଲାଇସେନ୍ସ ପାଇଁ ଆରଟିଓରେ ଅଯଥା ଗହଳି ମଧ୍ୟ କମ ହୋଇପାରିବ ।

ନଜର ପକାନ୍ତୁ, କେନ୍ଦ୍ର ସରକାରଙ୍କ ନୂଆ ନିୟମ ଉପରେ...

  • ଟ୍ରେନିଂ ସେଣ୍ଟରକୁ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏକ ଗାଇଡଲାଇନ୍ ଜାରି କରାଯାଇଛି । ଯେଉଁଥିରେ ଟ୍ରେନିଂ ସେଣ୍ଟରର କ୍ଷେତ୍ରଫଳଠାରୁ ଆରମ୍ଭ କରି କିପରି ଶିକ୍ଷା ଦିଆଯିବ ସେନେଇ ସୂଚନା ଦିଆଯାଇଛି ।
  • ଅଧିକୃତ ଏଜେନ୍ସି ସୁନିଶ୍ଚିତ କରିବ, ଟ୍ରେନିଂ ସେଣ୍ଟରେ ଦୁଇ ଚକିଆ ଯାନର ଟ୍ରେନିଂ ପାଇଁ ଅତି କମରେ ଏକ ଏକର ଜାଗା ଥିବ । ସେହିପରି ମଧ୍ୟମ ଓ ଭାରିଯାନ ପାଇଁ ଦୁଇ ଏକର ଜାଗା ରହିବ ଜରୁରୀ
  • ଟ୍ରେନିଂ ସେଣ୍ଟରର ଟ୍ରେନର ଜଣକ ଅତିକମରେ ୧୨ କ୍ଲାସ ପାସ୍ କରିବା ସହିତ ଡ୍ରାଇଭିଂରେ ଅତି କମରେ ୫ ବର୍ଷର ଅଭିଜ୍ଞତା ରଖିଥିବା ଦରକାର । ତା ସହିତ ଯାତାୟତ ନିୟମ ସହିତ ମଧ୍ୟ ଟ୍ରେନର ଜଣକ ଜଡିତ ଥିବା ଆବଶ୍ୟକ ।
  • ଟ୍ରେନିଂ ସେଣ୍ଟରରେ ଜଣେ ବ୍ୟକ୍ତି ଅତିକମରେ ୪ ସପ୍ତାହ ପର୍ଯ୍ୟନ୍ତ ଟ୍ରେନିଂ ନେବା ଆବଶ୍ୟକ । ଯାହାକି ୨୯ ଘଣ୍ଟାରୁ କମ ହେବ ନାହିଁ ।