ଶିକ୍ଷକଙ୍କୁ ଖରାଛୁଟି ମନା । ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ଗ୍ରୀଷ୍ମ ଅବକାଶରେ ଚାଲିବ ସ୍ୱତନ୍ତ୍ର କ୍ଲାସ ।

6,055

କନକ ବ୍ୟୁରୋ : ଶିକ୍ଷକଙ୍କୁ ଖରାଛୁଟି ମନା । ଏଣିକି ଶିକ୍ଷକଙ୍କୁ ମିଳିବନି ଖରାଛୁଟି । ଗ୍ରୀଷ୍ମ ଅବକାଶରେ ଚାଲିବ ସ୍ୱତନ୍ତ୍ର କ୍ଲାସ । ଖରାଛୁଟିରେ ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ । ଉଜ୍ଜ୍ୱଳ, ଉତଥାନ, ଉତ୍କର୍ଷ ମାଧ୍ୟମରେ ପାଠ ପଢାଇବେ ଶିକ୍ଷକ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ ଛୁଟି ନେଇପାରିବେ ନାହିଁ । ଏହି ସମୟରେ ବିଦ୍ୟାଳୟର ଦୁର୍ବଳ ଛାତ୍ରଛାତ୍ରୀଙ୍କ କ୍ଲାସ ନେବେ ଶିକ୍ଷକ ।