ଆଜି ସାରା ଦେଶରେ ବନ୍ଦ ରହିବ ଡାକ୍ତରଖାନା ! ଆଇଏମଏ ଦେଲା ଧର୍ମଘଟର ଡାକରା, ଚାଲୁ ରହିବ ୨୪ ଘଣ୍ଟିଆ ଆପତ୍ତକାଳୀନ ସେବା

ଆଜି ସାରା ଦେଶରେ ବନ୍ଦ ରହିବ ଡାକ୍ତରଖାନା ! ଆଇଏମଏ ଦେଲା ଧର୍ମଘଟର ଡାକରା, ଚାଲୁ ରହିବ ୨୪ ଘଣ୍ଟିଆ ଆପତ୍ତକାଳୀନ ସେବା

କଲିକତାର ନୀଳରତ୍ନ ସରକାରୀ ମେଡିକାଲ୍ କଲେଜରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଏବେ ସାରା ଦେଶରେ ପ୍ରସାରିତ ହୋଇସ।।ରିଛି । ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଏବଂ ଧର୍ମଘଟ ଏବେ ସୋମବାରକୁ ବଡ ରୁପ ନେବାକୁ ଯାଉଛି । ସୋମବାର ସକାଳ ୬ ରୁ ଡାକ୍ତରଙ୍କ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ସାରା ଦେଶରେ ୨୪ ଘଣ୍ଟିଆ ଆପତ୍ତକାଳୀନ ସେବାକୁ ଛାଡିଦେଲେ ବାକି ଅନ୍ୟ ସେବାକୁ ବନ୍ଦ କରାଯାଇଛି । ତେବେ ଏଥିରେ ଏମ୍ସ ନିଜକୁ ଦୂରେଇ ରଖିଥିବା କୁହାଯାଉଛି । ଏମ୍ସ ତରଫରୁ ଏକ ପ୍ରେସ୍ ରିଲିଜ୍ ଜାରୀ କରାଯାଇ ଏନେଇ ସୂଚନା ଦିଆଯାଇଛି ।

publive-image

ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗରେ ଜୁନିୟର୍ ଡାକ୍ତରଙ୍କ କଥାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଟା ସମୟରେ ସବୁ ମେଡିକାଲ୍ କଲେଜର ପ୍ରତିନିଧିଙ୍କ ସହ ସାକ୍ଷାତ କରିବେ । ସେ ୧୪ ମେଡିକାଲ୍ କଲେଜର ୨-୨ ଜଣ ପ୍ରତିନିଧିଙ୍କ ସହ ସାକ୍ଷାତ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe