ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଆସନ୍ତା ୨୬ ଓ ୨୭ରେ ହେବନି ବ୍ୟାଙ୍କ ଧର୍ମଘଟ, ଅର୍ଥ ସଚିବଙ୍କ ଆଲୋଚନା ପରେ ବ୍ୟାଙ୍କ ଧର୍ମଘଟ ନିଷ୍ପତିରୁ ଓହରିଲା ୟୁନିୟନ୍ ।

Advertisment
ନୂଆବର୍ଷର ନୂଆ ତାଲିକା...୨୦୨୦ରେ ପ୍ରାୟ ୬୭ ଦିନ ବ୍ୟାଙ୍କ ବନ୍ଦ...ଜାଣି ରଖନ୍ତୁ କେଉଁ କେଉଁ ଦିନ ଛୁଟି ରହିବ ବ୍ୟାଙ୍କ

ଆସନ୍ତା ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ଏହି ଦୁଇ ଦିନ ବ୍ୟାଙ୍କ ଧର୍ମଘଟ କରିବାକୁ ନେଇ ବ୍ୟାଙ୍କ ୟୁନିୟନ ପକ୍ଷରୁ ଘୋଷଣା କରାଯାଇଥିଲେ ବି ଅର୍ଥ ସଚିବଙ୍କ ସହ ଆଲୋଚନା ପରେ ଏହି ଦାବିରୁ ବ୍ୟାଙ୍କ  କର୍ମଚାରୀ ୟୁନିୟନ ଓହରିଯାଇଛି । ଏଠାରେ ସୂଚନା ଥାଉ କି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଫିସର ସଂଘ ପକ୍ଷରୁ ଆସନ୍ତା ୨୬ ତାରିଖରୁ ଦୁଇ ଦିନିଆ ଧର୍ମଘଟ ଧମକ ଦିଆଯାଇଥିଲା ।

ଅନ୍ୟ ଦାବିଗୁଡ଼ିକ ମଧ୍ୟରେ ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ବ୍ୟାଙ୍କରେ ନଗଦ କାରବାର ପାଇଁ ରହିଥିବା ସମୟସୀମାକୁ କମାଇବା ଆଦି ରହିଥିଲା । ତେବେ ଧର୍ମଘଟରୁ ବ୍ୟାଙ୍କ ୟୁନିୟନ ଓହରିବା ପରେ ଏବେ ଗ୍ରାହକଙ୍କୁ ଆସ୍ୱସ୍ଥି ମିଳିଛି। ଉଲ୍ଲେଖଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତମାସ ୩୦ ତାରିଖରେ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ଟି ବ୍ୟାଙ୍କରେ ପରିଣତ କରିବା ଲାଗି ଘୋଷଣା କରିଥିଲେ।

ଏହି ମିଶ୍ରଣ କାର୍ଯ୍ୟକାରୀ ହେବା ପରେ ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୧୯ରୁ ୧୨କୁ ଖସି ଆସିବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ମିଶିବ। ସିଣ୍ଡିକେଟ୍ ବ୍ୟାଙ୍କ କାନାରା ବ୍ୟାଙ୍କ ସହ ମିଶିବ। ଆହ୍ଲାବାଦ ବ୍ୟାଙ୍କ ଇଣ୍ଡିଆନ୍ ବ୍ୟାଙ୍କ ସହିତ ମିଶିବ। ୟୁନିୟନ ବ୍ୟାଙ୍କ ସହିତ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ୍ ବ୍ୟାଙ୍କର ମିଶ୍ରଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe